ବିକିସର ଗ୍ରାମର ଗୋଚର ଜମି ଓ ଗ୍ରାମ ସଂରକ୍ଷିତ ଜଙ୍ଗଲରୁ ଶାଳ ଗଛ କାଟି ପଦା କରିଦେଲେ ଜମି ମାଫିଆ !!!

0
539

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା ତାଳଚେର ବନାଞ୍ଚଳ ଓ କଣିହାଁ ତହସିଲ ଅନ୍ତର୍ଗତ ସମଲ ପଞ୍ଚାୟତ ବିକିସର ଗ୍ରାମର ଗ୍ରାମବାସୀଙ୍କ ପୂର୍ବ ପୁରୁଷ ରୁ ଥିବା ଗୋଚର ଜମି ଓ ଗ୍ରାମ ସଂରକ୍ଷିତ ଜଙ୍ଗଲରୁ ଶାଳ ଗଛ କାଟି ପଦା କରି ଦେଇଛନ୍ତି ଜମି ମାଫିଆ । ସରକାରୀ କର୍ମଚାରୀଙ୍କୁ ହାତବାରିଶି କରି ଜଙ୍ଗଲ ଓ ଗୋଚର ଜମିକୁ ସଫା କରି ଚଢା ଦରରେ ବିକ୍ରୀ କରୁଛନ୍ତି ଜମି ଦଲାଲ । ଘଟଣା ସମ୍ପର୍କରେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । କଣିହାଁ ତହସିଲ କର୍ତ୍ତୃପକ୍ଷ କେଉଁ ଆଧାରରେ ଉକ୍ତ ଜମିକୁ ଲିଜ୍ ସୂତ୍ରରେ ଦେଇଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ।

କରୋନା ମହାମାରୀ ସମୟରେ ଓଡ଼ିଶା ଅନ୍ୟ ରାଜ୍ୟ କୁ ଅକ୍ସିଜେନ୍ ଯୋଗାଉଥିବା ବେଳେ ଏଠି ଏତେ ଶାଳ ଗଛ କାଟି ପଦା କରି ଦିଆଗଲା ଏହା ଏକ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ପରିବେଶବିଦ ମତ ରଖିଛନ୍ତି । ପ୍ରକାଶ ଥାଉ କି କିଛି କାଠ ମାଫିଆ ଓ ଜମି ଦଲାଲଙ୍କ ସହିତ ମୁଷ୍ଟିମେୟ ପ୍ରଭାବଶାଳୀ ରାଜନୈତିକ ଲୋକଙ୍କ ହାତ ଅଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗୋଚର ଏବଂ ଜଙ୍ଗଲ କିସମର ଜମିକୁ କାହା ଇସାରାରେ ଏବଂ କେଉଁ ଉଦ୍ଦେଶ୍ୟ ନେଇ ଲିଜ ଦିଆଗଲା ତାହା ତଦନ୍ତ ସାପେକ୍ଷ . ସଂପୂର୍ଣ୍ଣ ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଜମି ଦଲାଲ ଏବଂ ରାଜସ୍ବ ବିଭାଗର କର୍ମଚାରୀଙ୍କ ଅସଲ ମୁଖା ଖୋଲି ପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି .

LEAVE A REPLY

Please enter your comment!
Please enter your name here