ଜନତା ଦଳର ପୂର୍ବତନ ସଭାପତିଙ୍କ ଦେହାନ୍ତ : ସମଗ୍ର ଅଞ୍ଚଳ ରେ ଶୋକର ଛାୟା !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ଜନତା ଦଳର ସଭାପତି ସଦାଶିବ ପାତ୍ରଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଶନିବାର ରାତି ଏଗାର ଘଣ୍ଟ ସମୟରେ ବାଲିଗୁଡା ନୂଆସାହିସ୍ଥିତ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l କିଛିଦିନ ହେବ ସେ ମଧୁମେହ ରୋଗରେ ପୀଡିତ ଥିଲେ l ମୃତ୍ୟୁ ବେଳକୁ ତାଙ୍କୁ ୬୬ବର୍ଷ ବୟସ ହୋଇଥିଲା ସେ ଜଣେ ନବେ ଦଶକର ଦକ୍ଷ ରାଜନୈତିକ ନେତା ଥିଲେ l ମିଷ୍ଟଭାଷୀ, ପରୋପକାରୀ ଅମାୟିକ ବ୍ୟକ୍ତି ଓ ସମାଜ ସେବା ରେ ନିଜକୁ ନିୟୋଜିତ କରିଥିବାରୁ ସମସ୍ତ ଙ୍କ ପ୍ରିୟ ପାତ୍ର ହୋଇପାରିଥିଲେ l ବାଲିଗୁଡା ନିର୍ବାଚନ ଉନ୍ନତିର ଅନନ୍ୟ ବିନ୍ଧାଣୀ ଥିଲେ l ସ୍ୱର୍ଗତ ପାତ୍ର ଙ୍କ ଟାଣୁଆ ନେତୃତ୍ୱ ଓ ନିଜର ଦକ୍ଷ ରାଜନୀତି ଯୋଗୁଁ ୧୯୮୯- ୯୦ ମସିହାରେ ବିଧାୟକ ଏବଂ ସାଂସଦ ସିଟ ଜିତିବା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା l ତାଙ୍କରି ଅକାଳ ବିୟୋଗରେ ସମଗ୍ର ନିର୍ବାଚନ ମଣ୍ଡଳୀ ରେ ଶୋକ ର ଛାୟା ଖେଳି ଯାଇଛି l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସାନ ଭାଇ ଲଳିତ ପାତ୍ର ବଡ ପୁଅ ଘାଷୀଦେଉ ପାତ୍ର ମଝିଆ ପୁଅ ଇନ୍ଦ୍ରମଣି ସାନ ମଝିଆ ଈଶ୍ୱର ପାତ୍ର, ନିରଞ୍ଜନ ପାତ୍ର, ଲିପୁନ,ରଂଜିତ, ଚନ୍ଦନ ସୁଜିତ ଜୋଇଁ ସନ୍ତୋଷ ବେହେରଦଳାଇ,ବାଞ୍ଛାନିଧି ସିଂ ଦେଓ ଭଣଜା ମାନସ ଏବଂ ସମସ୍ତ ପୁତ୍ର ବଧୂ ଝିଅ ଭଉଣୀ ଉପସ୍ଥିତ ଥିଲେ l ତାଙ୍କର ଶେଷ ଦର୍ଶନ ପାଇଁ ବହୁ ରାଜନେତା ବ୍ୟକ୍ତି ବିଶେଷ ଏବଂ ଗ୍ରାମବାସୀଙ୍କ ସମାଗମ ହୋଇଥିଲା l ଗାଁ ମଶାଣି ରେ ବଡ଼ ପୁଅ ଘାଷୀଦେଓ ପାତ୍ର ମୁଖାଗ୍ନି ଦେଇଥିବା ସମୟରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା l

Leave a Reply

Your email address will not be published. Required fields are marked *