ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନର କାର୍ଯ୍ୟକ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନର କାର୍ଯ୍ୟକ୍ରମ । ସମ୍ପ୍ରତି ମହାମାରୀ କରୋନାର କରାଳ କାୟା ଭିତରେ ସମଗ୍ର ବିଶ୍ୱ କବଳିତ ଥିବା ବେଳେ, ନିଜ ଜୀବନକୁ ବାଜି ଲଗାଇ ନିରବଛିନ୍ନ ଭାବରେ ଆଜକୁ ଦୀର୍ଘ ୪୫0 ଦିନରୁ ଅଧିକ ସମୟ ଧରି ସମଗ୍ର ରାଜ୍ୟରେ ରିଲିଫ ବଣ୍ଟନସହ ସଚେତନତା ସୃଷ୍ଟି କରିଆସୁଛି ଯାଜପୁର ଜିଲ୍ଲା ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ।

ସାଧାରଣ ଜନତାଙ୍କୁ ମାସ୍କ ,ସାବୁନ, ସାନିଟାଇଜର, ଓ.ଆର.ଏସ, ବ୍ଲିଚିଂ ପାଉଡର ପ୍ରଦାନ ସହିତ ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ, ବସ୍ତ୍ର ଓ ଆର୍ଥିକ ସହାୟତା ଯୋଗାଉଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନେତୃତ୍ୱରେ କର୍ମକର୍ତ୍ତା ମାନେ ଗାଁ ଗାଁ ବୁଲି ରିଲିଫ ବଣ୍ଟନ ସହ ସଚେତନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରୁଛନ୍ତି . ଫାଉଣ୍ଡେସନର ସମ୍ପାଦକ ଶଶିକାନ୍ତ ନାୟକଙ୍କ ଦ୍ବାରା ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ସାନକୁଆଁଲ ,ବିରିପଟା,କେନ୍ଦୁଆକୁଳ, ଆରୁହା ଗ୍ରାମ ସମେତ ବିଭିନ୍ନ ସ୍ଥାନ ମାନଙ୍କରେ ପ୍ରବାସୀ ତଥା ଅସହାୟ ମାନଙ୍କୁ ରିଲିଫ ବଣ୍ଟନ କରୁଥିବାର ଦେଖିବାକୁ ମିଳିଥିଲା । ଏଥିରେ ଉପାଧ୍ୟକ୍ଷ ସୁରେନ୍ଦ୍ର ପାଣ୍ଡବ, ସହ-ସମ୍ପାଦକ ମାଷ୍ଟର ମିହୀର କୁମାର, କୋଷାଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ନାୟକଙ୍କ ସମେତ ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *