ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କପିଳାସ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରା ଜଣେ ଶିକାରୀକୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ଗଁଦିଆ ପଢଣୀଟାଙ୍ଗର ଗ୍ରାମର ମଙ୍ଗତ ଗଗରିଆ । କପିଳାସ ବନ ବିଭାଗ ଅଧିକାରୀଙ୍କ ଦ୍ୱାରା କପିଳାସ ବନ୍ୟପ୍ରାଣୀ ସରଂକ୍ଷଣ ଅଂଚଳରୁ ତାଙ୍କୁ ଗିରଫ କରାଯାଇଥିଲା । ଏହା ସହିତ ତାଙ୍କ ଠାରୁ 40 ବଣ୍ଡଲ ତାର ଓ ଏକ ହାତ ତିଆରି ବନ୍ଧୁକ ଜବତ କରାଯାଇଛି ।
କପିଳାସ ବନବିଭାଗ ଦ୍ୱାରା ଶିକାରୀ ଗିରଫ !!

