ବୈଦେଶ୍ୱର ନାଟେରୀ ଗ୍ରାମରେ ୟୁଥ ଫର ଆକସନ ର ସାଙ୍ଗଠନିକ ସଭା

Spread the love

କଳାପଥର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଗ୍ରଣୀ ସାମାଜିକ ସଙ୍ଗଠନ ୟୁଥ ଫର ଆକ୍ସନ ପରିବାର ପକ୍ଷରୁ ବୈଦେଶ୍ୱର ଗ୍ରାମ ପଞ୍ଚାୟତର ନାଟେରୀ ଗ୍ରାମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବାଙ୍କୀ ୟୁଥ ଫର ଆକ୍ସନର ସଭାପତି ବିଶ୍ୱଜିତ ବିଶ୍ଵାଳ ଯୋଗଦାନ କରି ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିବା ସହ ବୈଦେଶ୍ୱର ଗ୍ରାମ ପଞ୍ଚାୟତ ର ନାଟେରୀ ଗ୍ରାମ ରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ । ଆଗକୁ ୟୁଥ ଫର ଆକ୍ସନ କେମିତି ସୁଦୃଢ଼ ହେବ ଏନେଇ ବୈଠକରେ ଆଲୋଚନା ହୋଇଥିଲା . କାର୍ଯ୍ୟକ୍ରମରେ ୟୁଥ ଫର ଆକ୍ସନର ସଦସ୍ୟ ପ୍ରଭାତ କୁମାର ମହାନ୍ତି, ମନୋଜ ସାହୁ, ବିଦ୍ୟାଧର ବେହେରା, ଅନିଲ କୁମାର ସାହୁ, ବିଭୁତି ଭୂଷଣ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *