ନିଯୁକ୍ତି ଦୁର୍ନୀତିର ନିରପେକ୍ଷ ତଦନ୍ତ ହେଉ : ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଓଡିଶା ଷ୍ଟାଫ ସିଲେକ୍‌ସନ୍ କମିଶନରେ ପରୀକ୍ଷା ଓ ନିଯୁକ୍ତି ଦୁର୍ନୀତି ର ନିରପେକ୍ଷ ତଦନ୍ତ ନିମନ୍ତେ ସଭାପତି ଶୁଭମ୍ ଦାସଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଆଜି ପ୍ରଦାନ କରାଯାଇଛି । ଓଡିଶା ଷ୍ଟାଫ ସିଲେକ୍‌ସନ୍ କମିଶନର ଜଣେ ବରିଷ୍ଠ ମେମ୍ବରଙ୍କ ଘରୁ ଭିଜିଲାନ୍ସ ବିଭାଗ ଦ୍ୱାରା ଚଢାଉ କରାଯାଇ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତି ଜବତ ହେବା ସହିତ ବିଭିନ୍ନ ସରକାରୀ ପଦବୀ ନିମନ୍ତେ ହୋଇଥିବା ପରୀକ୍ଷାରେ ଅସାଧୁ ଉପାୟରେ ମାର୍କ ବଢାଇ ଯୋଗ୍ୟ ପ୍ରାର୍ଥୀଙ୍କ ବଦଳରେ ଅଯୋଗ୍ୟ ପ୍ରାର୍ଥୀ ମାନଙ୍କର ତାଲିକା ପ୍ରସ୍ତୁତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନିଆଯିବା ଘଟଣା ସମସ୍ତ ଓଡିଶା ବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଓଡିଶା ଷ୍ଟାଫ୍ ସିଲେସନ୍ କମିଶନ ଅଫିସ୍‌ ର ସାମାନ୍ୟ ଜଣେ କିରାଣୀ କିପରି ଏବଂ କେଉଁ ଅଧିକାରୀ ଓ ରାଜନେତା ଙ୍କ ବାହୁଛାୟା ତଳେ ରହି ଲକ୍ଷ ଲକ୍ଷ ନଗଦ ଟଙ୍କା , ଆଲିଶାନ୍ ବଙ୍ଗଳା , କୋଟି କୋଟି ଟଙ୍କା ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଜାଗା , ଲକ୍ଷ ଲକ୍ଷ ଟଙ୍କାର ସୁନା ଓ ହୀରା ଅଳଙ୍କାର , ସୌଖୀନ ଓ ବହୁମୂଲ୍ୟ ଦାମୀ କାର ଏବଂ ଅନ୍ୟାନ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତିର ମାଲିକ ହୋଇପାରିଲେ ତାହାର ଜୁଡ଼ିସିଆରୀ ତଦନ୍ତ କରାଯିବା ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଉକ୍ତ ଦାବୀପତ୍ର ପ୍ରଦାନ ବେଳେ ପ୍ରଦେଶ ଛାତ୍ର କଂଗ୍ରେସ ଉପ-ସଭାପତି ପ୍ରିତମ ପରିଳା , ସାଧାରଣ ସଂପାଦକ ଅଭିଳାଶ ଜେନା , ସଂପାଦକ ସୌମ୍ୟସତ୍ ଦାସ , ଟାଉନ୍ କଂଗ୍ରେସ ସଭାପତି ହାଇଦର ମହମ୍ମଦ , ଯୁବନେତା ଅମର ସେନାପତି , ଛାତ୍ର ନେତା କମଲ୍ ପ୍ରିତ୍ ସିଂ , ଦୁର୍ଗା ମିଶ୍ର , ସିଦ୍ଧାର୍ଥ ମିଶ୍ର , ଆଶୁତୋଷ ପରିଡା , ଇନ୍ଦ୍ରଜିତ ସାହୁଙ୍କ ସମେତ ବହୁ ଛାତ୍ର କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *