ଗଠିତ ହେଲା ବେଗୁନିଆ ମିଡିଆ ହାଉସ !!!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ଏକ ବୈଠକ ଆୟୋଜିତ ହେବା ସହିତ ନୂତନ ଭାବରେ ବେଗୁନିଆ ମିଡିଆ ହାଉସ ଗଠିତ ହୋଇଅଛି । ଗଡମାଣତୀର ସ୍ଥିତ ମା ରାମଚଣ୍ଡୀ ଙ୍କ ପୀଠରେ ବିବେକାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ , ବ୍ଲକ ଅଞ୍ଚଳରେ ଥିବା କାର୍ଯ୍ୟ କରୁଥିବା ସାମ୍ବାଦିକ ମାନେ ସଂଗଠିତ ନଥିବା ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଠାରେ କୌଣସି ସାମ୍ବାଦିକ ସଂଘ ନଥିବା ଯୋଗୁଁ ବେଗୁନିଆ ମିଡିଆ ହାଉସ ନାମରେ ଏକ ସଂଘ ଗଠନ କରାଯାଇଥିଲା । ଏହି ସଂଘ ଆଗାମୀ ଦିନରେ ସ୍ଥାନୀୟ ପ୍ରଶାସନ ସହିତ ସୁସମ୍ପର୍କ ରଖି ଅଞ୍ଚଳର ଜନସାଧାରଣଙ୍କ ଥିବା ବିଭିନ୍ନ ସମସ୍ୟା ଗୁଡିକର କିପରି ଆଶୁ ସମାଧାନ କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ସାମ୍ବାଦିକ ମାନେ ନିଜ ସ୍ୱାର୍ଥକୁ ଗୌଣ ମନେ କରି ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ସମସ୍ୟାକୁ ସବୁବେଳେ ମୁଖ୍ୟ ମନେ କରି କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ । ଏହି ସଭାରେ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ସତ୍ୟନାରାୟଣ ପାଇକରାୟ ଏବଂ କୋଷାଧ୍ୟକ୍ଷ ଶରତଚନ୍ଦ୍ର ବାରିକ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ କର୍ମକର୍ତ୍ତା ନିର୍ବାଚନ କରିଥିଲେ । ସଭାପତି ଭାବରେ ଗୋବିନ୍ଦ ଚନ୍ଦ୍ର ରଥ , ଉପ-ସଭାପତି ଶୁଭ୍ରାନ୍ତ କୁମାର ସାହୁ ,ସମ୍ପାଦକ ସୁକାନ୍ତ କୁମାର ପରିଡା , ସହ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଖୁଣ୍ଟିଆ , ଯୁଗ୍ମ ସମ୍ପାଦକ ରାକେଶ ବାହୁବଳେନ୍ଦ୍ର ଏବଂ କୋଷାଧ୍ୟକ୍ଷ ମାନସରଞ୍ଜନ କର ନିର୍ବାଚିତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ବିବେକାନନ୍ଦ ମିଶ୍ର ଏବଂ ମାନସ ରଞ୍ଜନ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିଲା । ସାମ୍ବାଦିକ ଯୋଗେଶ୍ୱର ପଣ୍ଡା, ଗୋପବନ୍ଧୁ ରାଉତରାୟ , ଜାଗେଶ୍ୱର ପ୍ରଧାନ , ଅଜୟ ସେଠୀ , ଭକ୍ତିଭୂଷଣ ମହାପାତ୍ରଏବଂ ସର୍ବେଶ୍ୱର ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରି ନିଜସ୍ୱ ମତ ପ୍ରଦାନ କରିଥିଲେ । ଶେଷରେ ସାମ୍ବାଦିକ ମିହିର ରଞ୍ଜନ ମହାପାତ୍ର ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *