ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରକାରଙ୍କର ମାଳ ମାଳ ଯୋଜନା ଥାଇ ମଧ୍ୟ ଆଜି ସାଧାରଣ ଲୋକ ବଞ୍ଚିତ । ସରକାରଙ୍କର ଅନେକ ଯୋଜନା ଥିଲେ ମଧ୍ୟ ରାଜନୈତିକ ପାତରଅନ୍ତର ନୀତିରୁ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧିନସ୍ଥ ବଉଳାବନ୍ଧ ପଞ୍ଚାୟତ ଇଚ୍ଛାପୁର ଗ୍ରାମ ର ୧୧ ନଂ ୱାର୍ଡ ର ପୁରୁଣା ସାହିରେ ବସବାସ କରୁଥିବା ୩ ଟି ପରିବାର ଆବାସ ଯୋଜନାରୁ ବାଦ ପଡିଛନ୍ତି । ସୂଚନା ଅନୁସାରେ ଗ୍ରାମର ନିରାସ ସ୍ୱାଇଁ, ସୌରି ସ୍ୱାଇଁ ଏବଂ ସଞ୍ଜୁ ବେହେରା ନାମକ ତିନୋଟି ପରିବାର ଭଙ୍ଗା ଦଦରା ଘରେ ବାସ କରୁଥିଲେ ସୁଦ୍ଧା ଆଜି ଯାଏ ଘର ଖଣ୍ଡିଏ ପାଇ ପାରିଲେ ନାହିଁ । ସେମାନେ ବାରମ୍ବାର ନିଜ ୱାର୍ଡ ମେମ୍ବର ଆଦିକନ୍ଦ ମହାନ୍ତିଙ୍କ ଜରିଆରେ ସରପଞ୍ଚ ମହାଶୟଙ୍କୁ ନିଜର ଗୁହାରି ଜଣାଇଛନ୍ତି , ଆଉ ସରପଞ୍ଚ ଦେବାଶିଷ ରଥ ସେମାନଙ୍କ ଅଭିଯୋଗକୁ ବ୍ଲକ୍ ପ୍ରଶାସନ ଆଗରେ ଜଣାଇବା ପରେ କିଛି ସୁଫଳ ନମିଳିବାରୁ ସେ ବାଧ୍ୟ ହୋଇ ମଧ୍ୟ ସେମାନଙ୍କୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ . ହେଲେ ଏସମ୍ପର୍କରେ ସ୍ଥାନୀୟ ଭାଇସ୍ ଚେୟାରମ୍ୟାନ ଉତ୍ପଳ ପାଇକରାୟ କହିଛନ୍ତି ଯେ ଆମ ପାଖରେ କିଛି ଖବର ନାଇ, ଆଉ ବିଧାୟକ ମହାଶୟ ବି କହୁଛନ୍ତି କି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ । ତେବେ ଉକ୍ତ ପରିବାର ର ବାସ୍ତବ ସ୍ଥିତି ଦେଖିଲେ ଲାଗେ ଯେ , ସତରେ କଣ ସେମାନେ ଆବାସ ଯୋଜନା ପାଇବାକୁ ଅଯୋଗ୍ୟ , ନା କିଛି ରାଜନୈତିକ କାରଣ ଏହା ପାଇ ଦାୟୀ ?? ତେବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ସେମାନଙ୍କୁ ସରକାରଙ୍କ ତରଫରୁ ଖଣ୍ଡିଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।