କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ହତ୍ୟାକାଣ୍ଡ ଘଟଣାକୁ ନେଇ ସମଗ୍ର କନ୍ଦରପୁର ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ . କଟକ ସଦର କନ୍ଦରପୁର କଲେଜ ଓ ଅଲକା କଲେଜର ପୂର୍ବତନ ଅଧକ୍ଷ ତଥା କନ୍ଦରପୁର ଥାନା ଅନ୍ତର୍ଗତ ସିଦ୍ଧେଶ୍ୱରପୁର ଗ୍ରାମର ସୁଦର୍ଶନ ଶତପଥୀ ଙ୍କୁ ସେହି ଗ୍ରାମର ପରିବା ବ୍ୟବସାୟୀ ଅର୍ଜୁନ ଜେନା ରବିବାର ସନ୍ଧ୍ୟାରେ ଅତି ନିର୍ମମ ଭାବେ ମାରଣାସ୍ତ୍ର ଦ୍ଵାରା ହତ୍ୟା କରିଛି । ଚାରିଆଡେ ଏହି ଖବର ବ୍ୟାପିବା ପରେ ଶୋକର ଛାୟା ଖେଳିଯିବା ସହ ଉତ୍ତେଜନା ଦେଖା ଦେଇଛି . ସୂଚନା ଅନୁସାରେ ସୁଦର୍ଶନ ଶତପଥୀ ଘରୁ ସ୍କୁଟି ସାହାଯ୍ୟରେ କୌଣସି ଏକ କାମରେ କାନ୍ଦରପୁର ବଜାରକୁ ଯାଇଥିଲେ, ଫେରିବା ସମୟରେ ମୁଣ୍ଡାସାହି ନିକଟରେ ତାଙ୍କୁ ଅର୍ଜୁନ ଜେନା ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ସେ ମୂମୂର୍ଶୁ ଅବସ୍ଥାରେ ପଡ଼ିରହିିଥିଲେ , ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ ପଠାଯାଇଥିଲା . ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୁଧ କାରବାରକୁ ନେଇ ଏ ପ୍ରକାର ବୀଭତ୍ସ ଘଟଣା ଘଟିଥିବାର ଜଣା ପଡିଛି ।
କନ୍ଦରପୁରରେ ଚାଞ୍ଚଲ୍ୟ : ପୂର୍ବତନ ଅଧକ୍ଷଙ୍କୁ ନିର୍ମମ ଭାବେ ହତ୍ୟା ।

