ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହର ରାଧାମୋହନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀକରଣ ସାହି ନିତ୍ୟାନନ୍ଦ ପାଠାଗାର ଦ୍ଵାରା ଏକ ସ୍ମୃତି ଚାରଣ ସଭା କାର୍ଯ୍ୟକାରୀ ସଭାପତି ଗୌର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାରିଛି । ବିଶିଷ୍ଟ କଳାକାର ନାରାୟଣ ଦାସ ପଟ୍ଟନାୟକ ଏବଂ ବରିଷ୍ଠ ବର୍ଷୀୟାନ ଶିକ୍ଷାବିତ୍ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଅକାଳ ବିୟୋଗରେ ୧୦୧ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।

ଅନୁଷ୍ଠାନର ସମ୍ପାଦକ ସୂର୍ଯ୍ୟନାରାୟଣ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେବାପରେ ୩୦ରୁ ଉର୍ଦ୍ଧ୍ୱ କଳାକାର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରି ନିଜର ମତ ଏବଂ ଅନୁଭୂତି ସହ ଦିବଂଗତ ଦୁହିଁଙ୍କର ଅବଦାନ ଉପସ୍ଥାନ କରିଥିଲେ । ସୋମନାଥ ପଟ୍ଟନାୟକ, ପ୍ରେମାନନ୍ଦ ପଟ୍ଟନାୟକ, ତ୍ରିନାଥ ପଟ୍ଟନାୟକ, କୁସୁମାଞ୍ଜଳି ପଟ୍ଟନାୟକ ପ୍ରଭୃତି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

