ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପାଣିକୋଇଲି ଥାନା ସୋତି ନିକଟରୁ ଆଜି ସକାଳୁ ଦୁଇ ଯୁବକ ମୃତଦେହ ମିଳିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି . ପାଣିକୋଇଲି ଓ ଯାଜପୁର ରୋଡ଼ କୁ ସଂଯୋଗ କରୁଥିବା ୨୦ ନମ୍ବର ଜାତୀୟ ରାଜପଥ ବେଣାପୁର ଛକ ନିକଟରେ ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଜହ୍ନା ଗ୍ରାମବାସୀ । ସୂଚନାଯୋଗ୍ୟ ଏହି ଡବଲ ମର୍ଡର ଘଟଣା ରେ ପାଣିକୋଇଲି ପୋଲିସ ଏତଲା ରଖୁ ନଥିବା ଅଭିଯୋଗ କରିଛନ୍ତି ଜହ୍ନ। ଗ୍ରାମବାସୀ । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ ଫଳରେ କେନ୍ଦୁଝର, କଟକ , ଭୁବନେଶ୍ୱର ଆଦି ସ୍ଥାନକୁ ଯାତାୟତ ବନ୍ଦ ରହିଛି । ବହୁ ଗାଡି ରାସ୍ତା ର ଉଭୟ ପାର୍ଶ୍ଵରେ ଅଟକି ରହିଛି । ଯାତ୍ରୀ ମାନେ ନାହିଁ ନ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀ ଉପଯୁକ୍ତ କ୍ଷତି ପୁରଣ ଓ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବି ରେ ରାଜରାସ୍ତା ରେ ବସି ରହିଛନ୍ତି । ତେବେ କେଉଁ ପରିସ୍ଥିତିରେ କିପରି ଭାବରେ ଯୁବକ ଦ୍ଵୟଙ୍କ ମୃତ୍ୟୁ ହେଲା ଏବଂ ଏଠାରେ ମୃତଦେହ ପଡି ରହିଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି .
ପାଣିକୋଇଲି ଥାନା ସୋତି ନିକଟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା !!!

