ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ନେହୁରୁ ଯୁବ କେନ୍ଦ୍ର ଢେଙ୍କାନାଳ ଏବଂ ଗିରିରାଜ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ମିଳିତ ସହଯୋଗରେ ଆୟୋଜିତ ହୋଇଯାଇଛି ଭାରତ ଅମୃତ ମହୋତ୍ସବ “ଫିଟ ଇଣ୍ଡିଆ ଫ୍ରିଡ଼ମ ରନ” କାର୍ଯ୍ୟକ୍ରମ । ଖଡ୍ଗପ୍ରସାଦରେ ପ୍ରଥମେ ସଭାରେ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ସହିତ ଡ୍ରେସ ପ୍ରଦାନ କରାଯାଇଥିଲା ଏବଂ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶପଥ ପାଠ ପରେ 45 ରୁ ଉର୍ଦ୍ଧ୍ୱ ଯୁବକ ଦୌଡ଼ି ଦୌଡ଼ି ଅଞ୍ଚଳ ପରିଭ୍ରମଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ ଭରଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ- ନବ ଭାରତ କମ୍ପାନୀର ଉପ-ସଭାପତି ଯଶୋବନ୍ତ ପଟ୍ଟନାୟକ, ନେହୁର ଯୁବ କେନ୍ଦ୍ରର ଜିଲ୍ଲା ଅଧ୍ୟକ୍ଷ ରଞ୍ଜିତ ରେଡି ମୁଲ୍ଲା , ଶଶାଙ୍କ ଶେଖର ମହାପାତ୍ର, ଖଡ୍ଗପ୍ରସାଦ ସରପଞ୍ଚ ନରୋତ୍ତମ ରାଉତ ଉପସ୍ଥିତ ଥିଲେ . ଗିରିରାଜ ଅନୁଷ୍ଠାନ ର ସମ୍ପାଦିକା ବିଭାରlଣୀ ପାତ୍ର, ସଭାପତି ସଞ୍ଜୟ କୁମାର ସାହୁ, ମନୋଜ କୁମାର ବେହେରା, ବିକ୍ରମାଦିତ୍ୟ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

