ଟାଟା ଖଣିରେ ଟ୍ରକ ଡ୍ରାଇଭରଙ୍କ ଆନ୍ଦୋଳନ ତୃତୀୟ ଦିନରେ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟାଟା ଖଣିରେ ଟ୍ରକ ଡ୍ରାଇଭରଙ୍କ ଆନ୍ଦୋଳନ ତୃତୀୟ ଦିନରେ , କମ୍ପାନୀର ମନମାନି ବିରୋଧରେ ଏକତ୍ରିତ ହେଲେ ଡ୍ରାଇଭର । ଗତ ବୁଧବାର ଦିନ ଡ୍ରାଇଭର ଦିବସ ଅବସରରେ ସୁକିନ୍ଦା ଅଞ୍ଚଳରେ ଡ୍ରାଇଭର ମାନେ ଡ୍ରାଇଭର ଦିବସ ପାଳନ କରିଥିବା ବେଳେ କାଳିଆପାଣି ଟାଟା ଖଣିକୁ ଗାଡି ଲୋଡିଂ ପାଇଁ ନ ଯିବାରୁ ଗୁରୁବାର ଦିନଠାରୁ ଗାଡି ଡ୍ରାଇଭର ମାନଙ୍କୁ ଟାଟା ଖଣି ମଧ୍ୟରେ ପ୍ରବେଶ କରିବା ପାଇଁ ଟାଟା କତ୍ତୃପକ୍ଷ ବାରଣ କରିଥିଲେ . ଏହାକୁ ନେଇ ଟାଟା ଖଣି ଅଞ୍ଚଳରେ ଗୁରୁବାର ଦିବା 10 ଘଟିକା ସମୟରୁ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ଟାଟା କମ୍ପାନୀ ଅନ୍ୟ ଟ୍ରକ ଡକାଇ ଲୋଡିଙ୍ଗ ଦେଉ ଥିବାରୁ ଟ୍ରକ ଚାଳକ ସଙ୍ଘ ତରଫରୁ ପୁନର୍ବାର କାଳିଆପାଣି ଟାଟା କମ୍ପାନୀର ମନମାନୀ ବିରୋଧରେ ଖଣି ମୁଖ୍ୟ ଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି . ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଟାଟା ଖଣି ପରିସରରେ ପୋଲିସ ମୁତୟନ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *