ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ସମ୍ପର୍କରେ ଭାପୁର ବ୍କକ ଗୋଳାପୋଖରୀ ପଞ୍ଚାୟତର ଶହେରୁ ଅଧିକ ମହିଳା ଭାପୁର ବ୍କକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନ୍ତର୍ଯ୍ୟାମୀ ଦାସ ,ଖଣ୍ଡପଡା ବିଧାୟକ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।
ଗୋଳାପୋଖରୀ ପଞ୍ଚାୟତରେ ୨୦୨୦-୨୧ ଆର୍ଥିକ ବର୍ଷରେ ଦୁଇଟି ପର୍ଯ୍ୟାୟରେ ୬୬୮ ଜଣ ହିତାଧିକାରୀଙ୍କ ନାମ ତଦନ୍ତ ପାଇଁ ବ୍କକ ପ୍ରଶାସନ ଏକ ତିନିଜଣିଆ କମିଟି ଗଠନ କରିଥିଲେ । ଏହି କମିଟିରେ ଜେଇ, ଜିଆରସ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲା ବେଳେ ତଦନ୍ତ ରିପୋର୍ଟରେ କେବଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ରହିଛି । ପଞ୍ଚାୟତରେ ଅନେକ ବିରାଟ କୋଠାଘର ଥିବା ବ୍ୟକ୍ତି ଯୋଗ୍ୟ ହୋଇ ଘର ପାଇବାକୁ ମନୋନୀତ ହୋଇଛନ୍ତି ।ଅନିୟମିତତାର ତଦନ୍ତ ନହେଲା ପର୍ଯ୍ୟନ୍ତ ପଞ୍ଚାୟତରେ କୈଣସି ଆବାସ ଯୋଜନାର କାର୍ଯ୍ୟାଦେଶ ନହେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।