ଅଜଣା ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଉଁଶପାଳ ପଂଚାୟତର ବଂଗୁରୁ ଗ୍ରାମରୁ ଏକ ଯୁବକର ମୃତଦେହ ମିଳିଛି । ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରୁ ଏକ ଗଛରେ ଯୁବକଟିର ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଅଞ୍ଚଳ ବାସୀ ଘଟଣାଟି ଜାଣିବା ପରେ କାମାକ୍ଷାନଗର ପୋଲିସ୍ କୁ ଜଣାଇଥିଲେ । କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଂଚିବା ପରେ ମୃତ ଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ବର୍ତମାନ ପର୍ଯ୍ୟନ୍ତ ମୃତ ଯୁବକଟିର ପରିଚୟ ମିଳି ପାରିନାହିଁ । ଏହି ଘଟଣାଟି ଏକ ହତ୍ୟା କି ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । କିନ୍ତୁ ପାରିପାର୍ଶ୍ଵିକ ଅବସ୍ଥାରୁ ସନ୍ଦେହ କରୁଛନ୍ତି କେହି ଯୁବକଟିକୁ ହତ୍ୟା କରି ଏହାକୁ ଆତ୍ମହତ୍ୟା ର ରୂପ ଦିଆଯାଇଛି ।

Leave a Reply

Your email address will not be published. Required fields are marked *