ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂତନ ବସଷ୍ଟାଣ୍ଡ ନିକଟରେ ଘରୋଇ ବସ ମାଲିକ ମାନେ ଏକତ୍ରିତ ହୋଇ ନୂତନ ଭାବେ ଏକ ସଙ୍ଘ ଗଠନ କରିଛନ୍ତି । ଉକ୍ତ ସଙ୍ଘଠନର ନାମ ଗଜପତି ଡିଷ୍ଟିଟ ୟୁନାଇଟେଡ଼ ପ୍ରାଇଭେଟ ବସ ଓନର୍ସ ଆସୋସିଏସନ ରଖା ଯାଇଛି ।ଏହି କାର୍ଯ୍ୟକ୍ରମଟି ଭେଙ୍କେଟେ ରାମଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାରେ କାର୍ଯ୍ୟ କରୁଥିବା 3 ଟି ଘରୋଇ ବସ ମାଲିକ ସଙ୍ଘ ଯଥା ଗଜପତି ଜିଲ୍ଲା ଘରୋଇ ମଟର ସଙ୍ଘ, ସିରିଡ଼ି ସାଇ ବସ ଆସୋସିଏସନ ଓ ଜଗନ୍ନାଥ ବସ ମାଲିକ ଆସୋସିଏସନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଉକ୍ତ ବୈଠକ ବସ ମାଲିକ ଓ କର୍ମଚାରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ 3 ଟି ଯାକ ସଂଘକୁ ନେଇ ନୂତନ ଭାବେ ଗଠିତ ହୋଇଥିବା ଗଜପତି ଡିଷ୍ଟିଟ ୟୁନାଇଟେଡ଼ ପ୍ରାଇଭେଟ ବସ ଓନର୍ସ ଆସୋସିଏସନ ନାମରେ ଗୋଟିଏ ସଙ୍ଘ କରିବାକୁ ନିଷ୍ପତ୍ତି ନିଆଯିବା ସହ ତାର କର୍ମକର୍ତ୍ତା ଙ୍କ ନାମ ଘୋଷଣା କରା ଯାଇଥିଲା ।ନୂତନ ଭାବେ ଗଠିତ ହୋଇଥିବା ଗଜପତି ଡିଷ୍ଟିଟ ୟୁନାଇଟେଡ଼ ପ୍ରାଇଭେଟ ବସ ଓନର୍ସ ଆସୋସିଏସନର ସଭାପତି ଭାବେ କାଶୀ ନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ସିଏଚ ସୀମାଦ୍ରୀ, ସମ୍ପାଦକ ଭେଙ୍କେଟେ ରାମଣା, ଉପ ସଭାପତି ଡି. ଗଜପତି ରାଜୁ, କେ. ଯୁଗାନ୍ଧର (ଗୁଣୁପୁର ସେକ୍ଟର), ଯୁଗ୍ମସମ୍ପାଦକ ପ୍ରସନ୍ନ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ପି. ରାମବାବୁ, ଗଣେଶ ସାହୁକାର, ବ୍ୟାଙ୍କ ଖାତାଧାରୀ ଲୋକେଶ ସାହୁକାର, ଡି.ଅଜୟ କୁମାର ରାଜୁ, କେ ବୁଚି ବାବୁ, କୋର କମିଟି ସଭ୍ୟ ଡି.ଭେଙ୍କେଟେ ବାବୁ, ପି.ଗୋବିନ୍ଦ ରାଓ, କେ.ଗୋପାଳ କ୍ରିଷ୍ଣ।, ଶ୍ରୀନୁ ସାହୁକାର, ପି.ନାଗ ଭୂଷଣ ରାଓ ଏବଂ ଡି ଜଗନ୍ନାଥ ରାଜୁ, କେ ବୁଚିବାବୁ ଓ ରାମବାବୁ ସକ୍ରିୟ ସଦସ୍ୟ ସଦସ୍ୟ ରହିଛନ୍ତି ।
ଗଜପତି ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘର କର୍ମକର୍ତ୍ତା ଚୟନ !!!

