ବିଦ୍ୟୁତ ତାର ଲାଗି ବୃଦ୍ଧ ଙ୍କ ମୃତ୍ୟୁ : ପ୍ରତିବାଦରେ ରାସ୍ତା ରୋକ !!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁରୁବାଲି ଗ୍ରାମ ନିକଟରେ ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି ଏହାର ପ୍ରତିବାଦରେ ମୃତ୍ୟୁ ବ୍ୟକ୍ତି ର କ୍ଷତିପୂରଣ ଦାବୀ ରେ ୫୯ ନଂ.ଜାତୀୟ ରାଜପଥ କୁ ଗୁମାପଦର ଛକରେ ଅବରୋଧ କରିଥିଲେ । ଘଟଣାରୁ ପ୍ରକାଶ ଯେ ମହାସିଙ୍ଗ ଗ୍ରାମପଞ୍ଚାୟତ ର ଆଡମକୁପା ଗ୍ରାମର ଉଦ୍ଧବ ବିନ୍ଧାଣି (୫୫) ଗଛ କାଟିବା ପାଇଁ ଗଛ ଉପରକୁ କୁ ଯାଇ ଗଛ କାଟୁଥିଲେ ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା l ଏହି ଖବର ସ୍ଥାନୀୟ ଲୋକେ ଜାଣିବା ପରେ ପୋଲିସ କୁ ଖବର ଦେଇଥିଲେ ଏହା ପରେ ପରିବାର ସମ୍ପକୀୟ ଏବଂ ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ଶବକୁ ଜାତୀୟ ରାଜପଥ ଉପରେ ରଖି କ୍ଷତିପୂରଣ ଦାବିରେ ଚାରି ଘଣ୍ଟା ରୁ ଉର୍ଦ୍ଧ ସମୟ ଅବରୋଧ କରିଥିଲେ ! ଏହାପରେ ବାଲିଗୁଡା ପୋଲିସ ଏଏସଆଇ ରବୀନ୍ଦ୍ର ମୁଣ୍ଡାରୀ ସହକର୍ମୀ ଏବଂ ଅତିରିକ୍ତ ଜିଲ୍ଲା ପାଳ ହଳଧର ନାୟକ କ. ନୂଆଗାଁ ବ୍ଲକ ର କର୍ମଚାରୀ ପ୍ରମୁଖ ରାସ୍ତା ରୋକ ସ୍ଥାନରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ କ୍ଷତି ପୂରଣ ବାବଦରେ ମୁଖମନ୍ତ୍ରୀ ରିଲିଫ ଫଣ୍ଡ ରୁ ୩୦ ହଜାର ଟଙ୍କା ଏବଂ ରେଡ଼କ୍ରସ ଫଣ୍ଡ ରୁ ୨୦ ହଜାର ଟଙ୍କା ମୃତ୍ୟୁ ବ୍ୟକ୍ତି ର ପରିବାର ଙ୍କୁ ଦେବାପରେ ସରକାର ନିୟମ ଅନୁଯାୟୀ ଅନ୍ୟ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି କହିବା ପରେ ରାସ୍ତା ରୋକ ହଟିଥିଲ ଏବଂ ଶବକୁ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଶବ ବ୍ୟବଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ଏ ନେଇ ବାଲିଗୁଡା ଥାନା କେଶ ନଂ. ୧୪/୨୧ରେ ଏକ ମାମଲା ୠଜୁକରି ତଦନ୍ତ କରାଯାଉଛି ବୋଲି ପୋଲିସ ତରଫରୁ ସୂଚନା ମିଳିଛି ! ଏହି ବାବଦରେ ବିଦ୍ୟୁତ ବିଭଗର ସହକାରୀ ଯନ୍ତ୍ରୀ ହରିହର ଦତ୍ତ କହିଛନ୍ତି ଯେ ଆମ ବିନାନୁମତିରେ ଗଛ କାଟିବାକୁ ଯାଇଥିଲେ ଗଛ କାଟିବା ସମୟରେ ବିଦ୍ୟୁତ ତାର ଲାଗି ଏହିଭଳି ପରିସ୍ଥିତି ହୋଇଛି ବୋଲି କହିଛନ୍ତି l

Leave a Reply

Your email address will not be published. Required fields are marked *