ଡମପଡା ଜ୍ୟୋତି ବାଉରିବନ୍ଧୁ ନନ୍ଦ ଙ୍କ ପରଲୋକ ।

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ନିର୍ବାଚନ ମଣ୍ତଳୀ ଗୋଡିସାହି ଗୋବିନ୍ଦପୁର ଠାରେ ଅବସ୍ଥିତ ଭାରତ ସରକାରଙ୍କ ସି.ଆଇ.ଏସ.ଏଫ ଓ ଏନ.ଆର.ଡି.ଏଫ ପ୍ରଶିକ୍ଷଣ କେନ୍ଦ୍ରର ପ୍ରାଣ ପ୍ରତିଷ୍ଠାତା ଓ ପ୍ରଥମ ନିର୍ଦ୍ଦେଶକ ବାଉରୀବନ୍ଧୁ ନନ୍ଦ ଙ୍କର ଗତକାଲି ଦେହାନ୍ତ ହୋଇଯାଇଛି । ବାଙ୍କୀ ମାଟିର ବରପୁତ୍ର ତଥା ଓଡିଶା ପୁଲିସର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ବାଉରୀବନ୍ଧୁ ନନ୍ଦ ଙ୍କର ୮୦ ବର୍ଷ ବୟସରେ ଭୁବନେଶ୍ୱର ର ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି ।

ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ଗ୍ରାମରେ ଜନ୍ମିତ ଶ୍ରୀଯୁକ୍ତ ନନ୍ଦ ଓଡିଶା ପୁଲିସ ରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ସେବା ନିବୃତ୍ତ ହୋଇଥିଲେ . ତାଙ୍କର ଅନ୍ତିମ ଶଯ୍ୟା ନିକଟରେ ଧର୍ମପତ୍ନୀ ଓ ପିଲାମାନେ ଉପସ୍ଥିତ ଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏସ୍.ପି.ଭାବେ କାର୍ଯ୍ୟକରି ବହୁ ସୁନାମ ଅର୍ଜନ କରିଥିବା ପୁଲିସ୍ ଅଧିକାରୀଙ୍କ ପରଲୋକରେ କଟକ ଏମପି ଭର୍ତ୍ତୃହରି ମହାତାବ , ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତ୍ତନ ବିଧାୟକ ଦେବାଶିଷ ପଟ୍ଟନାୟକ, ପ୍ରଭାତ କୁମାର ତ୍ରିପାଠୀ , ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀ ପ୍ରମୁଖ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *