ଦୁଷ୍କର୍ମକାରୀ କୁ ବହେ ଛେଚି ପୁଲିସ ରେ ଜିମା ଦେଲେ ଲୋକେ !!

Spread the love

ମାହାଙ୍ଗା ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନାବାଳିକା ଅପହରଣ ଘଟଣାରେ ଅଭିଯୁକ୍ତ ଗିରଫ . ଭଦ୍ରେଶ୍ୱର ଫାଣ୍ଡି ଅଂଚଳରେ ଘଟିଛି ଅଭାବନୀୟ ଘଟଣା . ଗାଁ ପାଖ ହାଟକୁ ଯାଇଥିବା ନାବାଳିକାକୁ ଅପହରଣ ସହ ତା ‘କୁ ଦୁଷ୍କର୍ମ କରାଯିବା ଭଳି ସଂଗୀନ ଅଭିଯୋଗ ଆସିଛି . ତେବେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି . ଖବର ମୁତାବକ ମାହାଙ୍ଗା ବ୍ଲକ ହଳଦିଆ ପଞ୍ଚାୟତ ହଳଦିଆ ଗ୍ରାମର ଜୈନିକା କଲେଜ ପଢୁଆ ନାବାଳିକାକୁ ରାସ୍ତା ଉପରୁ ଅପହରଣ ପରେ କଟକ ନେଇଯିବା ଓ ସେଠାରେ ରାତି ତମାମ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି . ଗତ ବୁଧବାର ଠାରୁ ଏହି ଘଟଣା ଘଟିବା ପରେ ଅଭିଯୁକ୍ତ ଜଣକ , ପୀଡିତା ନାବାଳିକା କଲେଜ ଛାତ୍ରୀକୁ ବାଟରେ ଛାଡି ଚାଲିଯିବାକୁ ଉଦ୍ୟମ କରିବା ବେଳେ ଲୋକଙ୍କ ହାବୁଡ଼ରେ ପଡିବା କୁହାଯାଉଛି .

ଓଳକଣା ଗ୍ରାମର ଅରକ୍ଷିତ ପ୍ରଧାନଙ୍କ ପୁଅ ଅଶୋକ ପ୍ରଧାନ ଗତ ବୁଧବାର ଦିନ ଏହି ନାବାଳିକାକୁ ମିଥ୍ୟା ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲା l ତେବେ ଉକ୍ତ ନାବାଳିକା ଜଣକ ଦୁଷ୍କର୍ମକାରୀ ଯୁବକ କବଳରୁ ଖସିଆସି ଜଣେ ଅଟୋ ଚାଳକର ମୋବାଇଲରୁ ନିଜ ଘରକୁ ଖବର ଦେବାରୁ ପରିବାର ଲୋକେ ଏହି ନାବାଳିକାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ! ଏପରିକି ସମ୍ପୃକ୍ତ ଅଭିଯୁକ୍ତକୁ କାବୁ କରିବାରେ ପୀଡିତା ନାବାଳିକାର ପରିବାର ସଫଳ ହୋଇଥିଲେ ! ଅଭିଯୁକ୍ତ ଅଶୋକ ପ୍ରଧାନକୁ କାବୁ କରି ଏକ ଗଛରେ ବାନ୍ଧି ପୋଲିସକୁ ଖବର ଦେବାରୁ, ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ତପନ ନାୟକ ସମ୍ପୃକ୍ତ ଯୁବକକୁ ଗିରଫ କରିଥିଲେ ! ପୋଲିସ ନାବାଳିକା କଲେଜ ଛାତ୍ରୀକୁ ତାଙ୍କ ପରିବାର ଜିମା ଦେଇଥିବା ସୂଚନା ମିଳିଛି ! ପୀଡ଼ିତାଙ୍କ ପରିବାର ପକ୍ଷରୁ ଦିଆ ଯାଇଥିବା ଏତଲାକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି !

Leave a Reply

Your email address will not be published. Required fields are marked *