ଦୀର୍ଘ ଆଠ ମାସ ପରେ ଖୋଲାଗଲା ମା’ ଭଗବତୀ ମନ୍ଦିରର ହୁଣ୍ଡି !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦୀର୍ଘ ଆଠ ମାସ ପରେ ଖୋଲିଲା ମା’ ଭଗବତୀ ମନ୍ଦିରର ହୁଣ୍ଡି , ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିରର ହୁଣ୍ଡି ଖୋଲା ଯାଇଛି । ବାଣପୁର ତହସିଲଦାର ତଥା ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ପାଢ଼ୀ ମା’ ଙ୍କ ହୁଣ୍ଡିଙ୍କୁ ଖୋଲିଥିଲେ । ହୁଣ୍ଡିରୁ ସମୁଦାୟ ୧ ଲକ୍ଷ ୩୯ ହଜାର ୮ ଶହ ୮୯ ଟଙ୍କା ସଂଗୃହୀତ ହୋଇଥିବାର ତହସିଲଦାର ସୂଚନା ଦେଇଛନ୍ତି । ହୁଣ୍ଡି ଖୋଲାଯିବା ସମୟରେ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ଆଇଆଇସି ରଶ୍ମିରଂଜନ ସାହୁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ବରିଷ୍ଠ ସେବାୟତ ଭାସ୍କର ଚନ୍ଦ୍ର ନାୟକ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ତେବେ ହୁଣ୍ଡିରୁ ଆଦାୟ ହୋଇଥିବା ଟଙ୍କା ମା’ ଙ୍କ ନୀତିକାନ୍ତିରେ ନିୟୋଜିତ ହେବ ବୋଲି ଏଣ୍ଡାଓମେଣ୍ଟ କମିଟି ସୂଚନା ଦେଇଛି । କରୋନା ମହାମାରୀ ଲାଗି ଦୀର୍ଘ ମାସ ଧରି ମନ୍ଦିର ବନ୍ଦ ଥିବାରୁ ଭକ୍ତଙ୍କ ଦାନ ପରିମାଣ କମିଯାଇଥିବାର ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ସୂଚନା ଦେଇଛନ୍ତି । ସୂଚନା ଥାଉକି ଶେଷଥର ପାଇଁ ମା’ ଭଗବତୀଙ୍କ ହୁଣ୍ଡି ଗତ ବର୍ଷ ଡିସେମ୍ବର ମାସରେ ଖୋଲାଯାଇଥିବାବେଳେ ସମୁଦାୟ ୧ ଲକ୍ଷ ୩ ହଜାର ଟଙ୍କା ହୁଣ୍ଡୀରୁ ଆଦାୟ ହୋଇଥିଲା ।

Leave a Reply

Your email address will not be published. Required fields are marked *