କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଉତ୍କଳ ବିକାଶ ପରିଷଦ ପକ୍ଷରୁ ଦିବଂଗତ ସାମ୍ବାଦିକ ଅରିନ୍ଦମ ଏବଂ ଓଡ୍ରାଫ ସଦସ୍ୟ ସୀତାରାମଙ୍କୁ କନ୍ଦରପୁର ରେ ଶ୍ରଦ୍ଧାଞ୍ଜଳୀ । ନିର୍ଭୀକ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ ଟିମ ସିପାହୀ ସୀତାରାମ ମୁର୍ମୁଙ୍କ ମୃତ୍ୟୁରେ କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅମର ଆତ୍ମାର ସଦ୍ଗଗତି ନିମନ୍ତେ କନ୍ଦରପୁର ବଜାରରେ ଏକ ମହମବତୀ ଶୋଭାଯାତ୍ରା କରାଯାଇଛି । ପରିଷଦ ପକ୍ଷରୁ ଅନିଲ ମହାପାତ୍ର, ସନ୍ତୋଷ ଭୋଇ, ନାଟ୍ୟକାର ଅଶୋକ ପଟ୍ଟନାୟକ, ଦେବୀ ପ୍ରସାଦ ପତି, ନିରଞ୍ଜନ ରାହୁଳ,ସଞ୍ଜୟ ସାହୁ, ସଞ୍ଜୟ ସେଠୀ,କୃଷ୍ଣ ଚନ୍ଦ୍ର ବେହେରା,ଭୋଳା ନାଥ,ସୀତାକାନ୍ତ ଭୋଇ,ବିଶ୍ୱଜିତ୍ ଭୋଇ,କାର୍ତ୍ତିକ ଭୋଇ,ସୁରେନ୍ଦ୍ର ନାୟକ,ପ୍ରଦୀପ ଭୋଇ, ଲକ୍ଷ୍ମୀଧର ଜେନା,ସୁଶାନ୍ତ ସେଠୀ, ପ୍ରଣବ ସେଠୀ,ଦୀପକ ମହାପାତ୍ର,ବଳରାମ ନାୟକ,ଅକ୍ଷୟ ବେହେରା,ଓମ୍ ପ୍ରକାଶ ପରିଡା, ବିଶ୍ୱଜିତ୍ ସିଂହ ପ୍ରମୁଖ ସଭ୍ୟବୃନ୍ଦ ଉପସ୍ଥିତ ରହି ଶୋକ ପ୍ରାର୍ଥନା କରିଛନ୍ତି । ଏହି ମର୍ମରେ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଗଭୀର ଶୋକବ୍ୟକ୍ତ ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
ଉତ୍କଳ ବିକାଶ ପରିଷଦ ପକ୍ଷରୁ ଦିବଂଗତ ସାମ୍ବାଦିକ ଅରିନ୍ଦମ ଏବଂ ଓଡ୍ରାଫ ସଦସ୍ୟ ସୀତାରାମଙ୍କୁ କନ୍ଦରପୁର ରେ ଶ୍ରଦ୍ଧାଞ୍ଜଳୀ ।

