ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନରେ କର୍ପୋରେଟ ସ୍ୱାର୍ଥ ରକ୍ଷାକାରୀ ତଥା ଚାଷୀ ବିରୋଧୀ ତିନି କଳା କୃଷି ଆଇନ୍ ବାତିଲ, ଘରୋଇ ମଣ୍ଡି ଆଇନ୍ ବାତିଲ, ଅତ୍ୟାବଶ୍ୟକୀୟ ସାମଗ୍ରୀର ସଂଶୋଧନ ଆଇନ୍ ବାତିଲ, ବିଦ୍ୟୁତ୍ ସଂଶୋଧନ ଆଇନ୍ ୨୦୨୦ ବାତିଲ, ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ର ମୂଲ୍ୟ ବୃଦ୍ଧି, ଶ୍ରମ ଆଇନ୍ ବାତିଲ ଆଦି କେନ୍ଦ୍ର ବିଜେପି ସରକାର ର ଜନମାରଣ ନୀତି ବିରୁଦ୍ଧରେ ଭାରତ ବନ୍ଦ କୁ ଛେଣ୍ଡିପଦା ବ୍ଲକ ରେ ସଫଳ କରାଯାଇଛି। ଆଜକୁ ଦୀର୍ଘ ଦଶ ମାସ ହେଲା ଦିଲ୍ଲୀର ଚାରିପଟ ସୀମାରେ ଲକ୍ଷ ଲକ୍ଷ ଚାଷୀ ସମସ୍ତ ପ୍ରତିକୂଳ ଓ ବିଜେପି ସରକାର ର ଅପ ପ୍ରଚାର ଲାଠି ମାଡ଼, ପାଣି ମାଡ କୁ ବେଖାତିର କରି ଐତିହାସିକ ଆନ୍ଦୋଳନ ଚଳାଇ ଆସିଛନ୍ତି। ଏହି ଆନ୍ଦୋଳନ ରେ ଛ ଶହରୁ ଉର୍ଦ୍ଧ୍ଵ ଚାଷୀ ଜୀବନ ଦେଇଛନ୍ତି । କିନ୍ତୁ ସରକାର ଆଦାନୀ, ଅମ୍ବାନୀ ଆଦି କର୍ପୋରେଟ ସ୍ୱାର୍ଥ ରକ୍ଷା ପାଇଁ ଆଇନ୍ ଆଣିଥିବାରୁ ନିରବ ଥିବା କଥା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଏହି ବନ୍ଦରେ ଚାଷୀ ସଂଗଠନ AIKKMS , ଶ୍ରମିକ ସଂଗଠନ AIUTUC , DYO ମହିଳା ସଂଗଠନ, AIMSS , ଏସ୍ ୟୁ ସି ଆଇ କମ୍ୟୁନିଷ୍ଟ ପକ୍ଷରୁ ଛେଣ୍ଡିପଦା ବ୍ଲକର ବିଭିନ୍ନ ପେଟ୍ରୋଲ ପମ୍ପ, ତହସିଲ କାର୍ଯ୍ୟାଳୟ, ବ୍ଳକ କାର୍ଯ୍ୟାଳୟ, ରେଞ୍ଜ ଅଫିସ, ବ୍ୟାଙ୍କ, ଦୋକାନ ବଜାର, ଗାଡ଼ି, ମୋଟର ପିକେଟିଙ୍ଗ କରି ବନ୍ଦ କରାଯାଇଥିଲା । ବିକ୍ଷୋଭ ରେ ନବ କିଶୋର ପ୍ରଧାନ, ସୁବାସ ପ୍ରଧାନ, ମାନସ ପାଳ, ସତ୍ୟ ରଞ୍ଜନ ସାହୁ, ପ୍ରତିମା ବେହେରା, ଦୁଃଖବନ୍ଧୁ ବେହେରା, ଜଳଧର ଦେହୁରୀ, ପ୍ରମୋଦ ବେହେରା, ପ୍ରତାପ ସାହୁ, ଶଙ୍କର ବେହେରା, ଚୈତନ୍ୟ ସାହୁ, ସୁଧାକର ପ୍ରଧାନ ପ୍ରମୂଖ ନେତୃତ୍ୱ ନେଇଥିଲେ । ବନ୍ଦ କୁ ସମର୍ଥନ ଦେଇ ସଫଳ କରିଥିବାରୁ ବ୍ଳକର ସମସ୍ତ ବ୍ୟବସାୟୀ, କର୍ମଚାରୀ, ଚାଷୀ, ଶ୍ରମିକ, ମହିଳା, ବୁଦ୍ଧିଜୀବୀ ସର୍ବ ସ୍ତରର ଜନଧାରଣଙ୍କୁ ବିପ୍ଳବୀ ଅଭିନନ୍ଦନ ଜଣାଇଥିଲେ ଆନ୍ଦୋଳନକାରୀ ।
ବନ୍ଦ କୁ ସମର୍ଥନ ଦେଇ ସଫଳ କରିଥିବାରୁ ବିପ୍ଳବୀ ଅଭିନନ୍ଦନ ଜଣାଇଲେ ଆନ୍ଦୋଳନକାରୀ !!!

