ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟରେ ରକ୍ତଦାନ ଶିବିର !

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଏନସିସି, ୟୁଥ ରେଡକ୍ରସ, ଏନଏସଏସ ଏବଂ ଓଡିଶା ମୋ ପରିବାରର ମିଳିତ ସହଯୋଗରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରୁ ମୋଟ ୧୦୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଶିବିରକୁ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଉଦଘାଟନ କରିଥିଲେ । କଲେଜର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ, ନୟାଗଡ଼ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଅଜୟ କୁମାର ବାହିନୀପତି, ମଣ୍ଡଳ ଉନ୍ନୟନ ଅଧିକାରୀ ଧୋବେଇ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅମୂଲ୍ୟ କୁମାର ବାହିନୀପତି, ପ୍ରାଧ୍ୟାପକ କର୍ମୋଦୟ ଛୋଟରାୟ, ଏନଏନଏସର କାର୍ଯ୍ୟକ୍ରମ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ଯୁବ ରେଡ଼କ୍ରସର କାଉନସେଲର ଅଧ୍ୟାପକ ଗଣେଶ ପଣ୍ଡା, ଏନସିସି ଅଧିକାରୀ ଡ଼ଃ ରଞ୍ଜନ କୁମାର ଦାଶ ଓ ଡେମୋନୋଷ୍ଟ୍ରେଟର ବୈଦ୍ୟନାଥ ହୋତାପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ନୟାଗଡ଼ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ ।

Leave a Reply

Your email address will not be published. Required fields are marked *