ଖୋର୍ଦ୍ଧା ଇତିହାସରେ କଣ୍ଟାମଳିମ ଗଡ଼ର ଇତିହାସ ସମ୍ପର୍କିତ ଆଲୋଚନା ଚକ୍ର ଓ ପାଇକ ଆଖଡା କାର୍ଯ୍ୟକ୍ରମ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ସିମୋର ପଞ୍ଚାୟତ ଅନ୍ତର୍ଗତ କଣ୍ଟାମଳିମ ଗଡ଼ର ଇତିହାସ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ମହେନ୍ଦ୍ର ମାର୍ଥାଙ୍କ ସଭାପତିତ୍ୱ ଓ ସନ୍ତୋଷ କୁମାର ବଳୀୟାରସିଂହଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଜକିଶୋର ପାଣିଗ୍ରାହୀ ମୁଖ୍ୟ ଅତିଥି , ପାଇକ ସଂଗଠନର ମୁଖ୍ୟ ଯୋଗୀନାଥ ବଳିୟାର ସିଂହ ମୁଖ୍ୟ ବକ୍ତା , ଶିକ୍ଷକ ଜମ୍ବେଶ୍ଵର ମଙ୍ଗରାଜ ଓ ସମାଜସେବୀ ନବକିଶୋର ବିଧାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ୧୮୦୪ ମସିହାରେ ଇଂରେଜ ମାନେ କଣ୍ଟାମଳିମ ଗଡ଼ର ଅସ୍ତ୍ରାଗାର ଉପରେ ଆକ୍ରମଣ କରି ଗୁଳିକାଣ୍ଡ କରିଥିବା ଘଟଣା ଉପରେ ଆଲୋକପାତ କରିଥିଲେ । ମହାଳୟା ଦିନ ବହୁ ପାଇକ ନିଜ ଜୀବନ ହରାଇବା ସହ କେତେକ ମଧ୍ୟ କରାଵରଣ କରିଥିଲେ । ଏହି ସ୍ମୃତିକୁ ମନେ ପକାଇବା ପାଇଁ ଆଲୋଚନା ଚକ୍ର ଅନୁଷ୍ଠିତ ହେଉଛି । କାର୍ଯ୍ୟକ୍ରମରେ ସମ୍ପାଦକ କବି ବିନୋଦ ବିହାରୀ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କବି ଜଗଦୀଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ । ପରେ ମା କାଳିକା ପାଇକ ଆଖଡା ସଂଘ ଦ୍ୱାରା ଗୁରୁ ଚୈତନ୍ୟ ଜେନାଙ୍କ ତତ୍ତ୍ୱାବଧାନରେ ପାଇକ ଆଖଡା ପରିବେଷଣ ହୋଇଥିଲା ।

Leave a Reply

Your email address will not be published. Required fields are marked *