ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କଂଗ୍ରେସ ତରଫରୁ ଗଣ ବିକ୍ଷୋଭ ଏବଂ କୁଶ ପୁତ୍ତଳିକା ଦାହ ।

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କଳାହାଣ୍ଡି ସନ୍ ସାଇନ୍ ସ୍କୁଲର ଅଧକ୍ଷା ମମିତା ମେହେର ଙ୍କ ଜଘନ୍ୟ ହତ୍ୟାକାଣ୍ଡ କୁ ବିରୋଧ କରି ଆଜି ଢେଙ୍କାନାଳ ସହରର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ମହିଳା କଂଗ୍ରେସ ସଭାପତି ମମତାଞ୍ଜଳି ବେହେରାଙ୍କ ନେତୃତ୍ୱରେ ଏକ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ବହୁ ବକ୍ତା ବକ୍ତବ୍ୟ ଦେଇ ପୀଡ଼ିତା ମମିତା ଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯିବା ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ଇସ୍ତଫା ଦାବି କରିଥିଲେ ଏବଂ ବିଜେଡ଼ି ସରକାର ଗାଁ କୁ କାମ ଓ ମା କୁ ସମ୍ମାନ ନାରା ଦେଉଥିବା ସ୍ଥଳେ ଦୀର୍ଘ ୨୧ବର୍ଷ ଭିତରେ ବହୁ ନାରୀ ନିର୍ଯାତନା ଓ ଦୁଷ୍କର୍ମ ବୃଦ୍ଧି ପାଇଛି । ଏଣୁ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ତାଙ୍କର ମତ ପ୍ରକାଶ କରିଥିଲେ । ଏହି ସଭାରେ ବରିଷ୍ଠ ନେତା ପ୍ରେମଶଙ୍କର ମିଶ୍ର, ପୂର୍ବତନ ସଭାପତି ସୁରେଶ ପାଣିଗ୍ରାହୀ, ନିର୍ମଳ ମିଶ୍ର, ସୁନିଲ ଦାଶ, ନିଶାକର ସାହୁ ଏଆଇସିସି ସଦସ୍ୟା ସୁହାସିନି ମହାକୁଡ, ଟାଉନ ସଭାପତି ହାଇଦର ମହମ୍ମଦ, ଶିଳ୍ପୀଶ୍ରୀ ହରିଚନ୍ଦନ ଉପସ୍ଥିତ ରହିଥିବା ସମୟରେ , ଛାତ୍ର କଂଗ୍ରେସ ସଭାପତି ଶୁଭମ ଦାଶଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମୀ ଓ ମହିଳା କଂଗ୍ରେସର କର୍ମୀ ମାନେ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

Leave a Reply

Your email address will not be published. Required fields are marked *