ଗଜପତି ବିଜେପି ପକ୍ଷରୁ ସି.ଡି.ଏମ୍ ଓ ଏବଂ ଏ.ଡି.ଏମ୍ କୁ ସ୍ମାରକ ପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ଜିଲ୍ଲା ବିଜେପି ଶାଖା ଉପ ସଭାପତି ଜଗନ୍ନାଥ ମହାପାତ୍ର ଙ୍କ ନେତୃତ୍ୱରେ ଏକ ସ୍ମାରକ ପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେଡ଼ ସଂଖ୍ୟା ବୃଦ୍ଧି କରିବା ଇଣ୍ଡୋଶକପି ମେସିନ ଏବଂ ଏମ୍ ଆର ଆଇ କାର୍ଯ୍ୟକ୍ଷମତା ନିମନ୍ତେ ସ୍ମାରକପତ୍ର ଉଲ୍ଲେଖ ରହିଛି ।

ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଓ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାର ବହୁ ଜନସାଧାରଣ ନିର୍ଭର କରିଥାନ୍ତି । ସରକାର ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସକାଶେ ବିଭିନ୍ନ ଯୋଜନା କରୁଛନ୍ତି କିନ୍ତୁ ସାଧାରଣତଃ ରୋଗୀ ସକାଶେ ବେଡ଼ ସଂଖ୍ୟା ବୃଦ୍ଧି ନ ପାଇବା ଓ ରୋଗୀ ବେଡ଼ ନ ପାଇ ତଳେ ଚିକିତ୍ସା ହେବା ଦୃଶ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ଗଜପତି ଜିଲ୍ଲା ବିଜେପି ଆଜି ଏକ ସ୍ମାରକ ପତ୍ର ଜରିଆରେ ସି.ଡି.ଏମ୍.ଓ ଏବଂ ଏ.ଡି. ଏମ୍ କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସମ୍ପାଦିକା କେ. ପୁଣ୍ୟବତୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ, ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଜେନା, କେ. ଯୁବରାଜ ଙ୍କ ସମେତ ବିଜେପି କର୍ମୀ ଓ ନେତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *