ଦୃଢ ମନୋବଳ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା : ସ୍ୱାଭିମାନୀ ସକ୍ଷମ ଦିବ୍ୟାଙ୍ଗ ନିତ୍ୟାନନ୍ଦ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସକ୍ଷମ ହେଲେ ଦିବ୍ୟାଙ୍ଗ ନିତ୍ୟାନନ୍ଦ . ଜନ୍ମ ରୁ ଦିବ୍ୟାଙ୍ଗ । ସ୍ନାୟୁ ରୋଗରେ ବାମଗୋଡ ସଂପୁର୍ଣ୍ଣ ଅଚଳ । ତଥାପି ସେ ହାର ମାନି ନାହାନ୍ତି । ଡମପଡା ବ୍କକ ଶିମିଳିପୁର ଗ୍ରାମର ନିତ୍ୟାନନ୍ଦ ବେହେରା । ନିତ୍ୟାନନ୍ଦଙ୍କୁ ବୟସ ଏବେ ବାସ୍ତରୀ ପାଖାପାଖି । ପରିଣତ ବୟସରେ ସମସ୍ତଙ୍କ ପାଇଁ ଆଦର୍ଶର ପ୍ରେରଣା ପାଲଟିଛନ୍ତି । ଜଣେ ୮୦% ଦିବ୍ୟାଙ୍ଗ ହୋଇ ମଧ୍ୟ , କାହାପାଖରେ ହାତପାତି ନାହାନ୍ତି କି ଆଜି ପର୍ଯ୍ୟନ୍ତ ଭିକ୍ଷା ବୃତ୍ତି କରିନାହାନ୍ତି । ଅନ୍ୟମାନଙ୍କୁ ଉପଦେଶ ଦିଅନ୍ତି , ନିଜ ଗୋଡରେ ନିଜେ ଠିଆ ହୁଅ ।

ନିଜ ସଞ୍ଚିତ ଦିବ୍ୟାଙ୍ଗ ଭତ୍ତା ଆଉ ଧାର ସୂତ୍ରରେ ଆଣିଥିବା ଟଙ୍କାରେ ଦୋକାନ ଖଣ୍ତିଏ କରିଥିଲେ । କିଛିଟା ଜାଗା ବାଡି ବିବାଦ ପାଇଁ ତାହା ଭାଙ୍ଗିଗଲା ପରେ ବହୁ ବର୍ଷ ଧରି ସ୍କୁଲ ମାନଙ୍କରେ ବୁଲି ବେପାର କରୁଥିଲେ । ବର୍ତ୍ତମାନ ନିଜ ହୁଇଲ୍ ଚେୟାରରେ ଗାଁ ଗାଁ ବୁଲି ପାମ୍ପଡ , କୁରୁକୁରି, ଚକଲେଟ୍ , ପିଲାଙ୍କ ଖେଳନା ସବୁ ବିକ୍ରି କରନ୍ତି । ଛୋଟ ପିଲାମାନଙ୍କର ହସକୁ ବହୁତ ପାଖରୁ ଦେଖି ନିଜର ଦୁଃଖ ଯନ୍ତ୍ରଣାକୁ ଭୁଲି ଯାଆନ୍ତି ବୋଲି ପ୍ରକାଶ କରିଛନ୍ତି ନିତ୍ୟାନନ୍ଦ । ସ୍ପଳ୍ପ ଆୟରେ ମଧ୍ୟ ନିଜର ଏକମାତ୍ର କନ୍ୟାକୁ ଭଲ ଘରେ ବିବାହ ଦେଇଛନ୍ତି । ବର୍ତ୍ତମାନ ସମୟରେ ସ୍ୱାମୀ ସ୍ତ୍ରୀ ଦୁହେଁ ପରସ୍ପରର ସାହା ଭରସା ଅଟନ୍ତି । ଆଜିର ଯୁବସମାଜ ବହୁକ୍ଷେତ୍ରରେ ଶିକ୍ଷିତ ଆଉ କାର୍ଯ୍ୟ କରିବାକୁ ସକ୍ଷମ ଥିଲେହେଁ ନିଜର ଅଳସୁଆମି ଓ ବେରୋଜଗାର ପାଇଁ କୁପଥକୁ ଆପଣାଉଥିବା ବେଳେ, ଶିମିଳିପୁରର ଦିବ୍ୟାଙ୍ଗ ନିତ୍ୟାନନ୍ଦ ବେହେରା ଯଥାର୍ଥରେ ଆଦର୍ଶ ଓ ସ୍ୱାଭିମାନୀ ମଣିଷଟିଏ ଅଟନ୍ତି । ଶରୀର ଗଠନରୁ ଦିବ୍ୟାଙ୍ଗ ହୋଇ ମଧ୍ୟ ମାନସିକ ସ୍ତରରେ ବେଶ ସଶକ୍ତ ଆଉ ସକ୍ଷମ .

Leave a Reply

Your email address will not be published. Required fields are marked *