ଗଛରେ ପିଟି ହେଲା କାର : ଗୁରୁତର ଅବସ୍ଥାରେ ଦୁଇ ଜଣ ଭୁବନେଶ୍ୱର ସ୍ଥାନାନ୍ତରିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗଛକୁ ଏସୟୁଭି କାର ପିଟି ଦୁଇ ଜଣ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବରଡ଼ି ଛକ ନିକଟରେ । ସୂଚନା ମୁତାବକ ବାଣପୁର ବ୍ଲକ ଓଡଗାଁ ଗ୍ରାମର ଲକ୍ଷ୍ମଣ ପ୍ରଧାନଙ୍କ ପୁତ୍ର ପବିତ୍ର ପ୍ରଧାନ ନିଜ ମହିନ୍ଦ୍ରା ଏସୟୁଭି ୫୦୦ ଗାଡ଼ିରେ ବାଲୁଗାଁ ରୁ ଓଡଗାଁ ଫେରୁଥିଲେ । ଉକ୍ତ ଗାଡ଼ିରେ ପବିତ୍ରଙ୍କ ସହଯୋଗୀ ତଥା ଓଡଗାଁ ଗ୍ରାମର ବିଦ୍ୟାଧର ସାହୁ ମଧ୍ୟ ଉପସ୍ଥିତ ଥିଲେ । ତେବେ ଅସାବଧାନତା ବଶତଃ ପବିତ୍ର ବରଡ଼ି ଛକ ନିକଟରେ ଗାଡିଟି ଏକ ଗଛରେ ଧକ୍କା ହୋଇଥିଲା । ଦୁର୍ଘଟଣା ଫଳରେ ଗାଡ଼ିରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଗାଡିର ସମ୍ମୁଖ ପାର୍ଶ୍ଵ ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ତେବେ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବାର ବର୍ଗ ସଙ୍ଗେସଙ୍ଗେ ଖବର ପାଇ ଉଭୟଙ୍କୁ ବାଣପୁର ଡାକ୍ତରଖାନା ନେଇଥିବା ବେଳେ ଉଭୟଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାର ଅନୁମାନ କରାଯାଉଛି । ଅନୁରୂପ ଭାବେ ଉଭୟଙ୍କ ଶରୀରରେ ଏକାଧିକ କ୍ଷତ ହୋଇଥିବାର ଜଣାପଡ଼ିଛି । ଡାକ୍ତର ଦୁଇ ଗୁରୁତରଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପଠାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *