ବ୍ଳକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାରେ ବେକାରୀ ସମସ୍ୟା କୁ ଦୁରେଇବା ପାଇଁ ଆରମ୍ଭ ହୋଇଛି ଓରମାସ୍ ଦ୍ୱାରା ଆୟୋଜିତ ନିଯୁକ୍ତି ଭିତ୍ତିକ ଯୋଜନା ଅନ୍ତର୍ଗତ ବ୍ଳକ ସ୍ତରୀୟ ପରାମର୍ଶ ଶିବିର । ଡି଼ଡ଼ିୟୁ ଜିକେୱାଇ ତରଫରୁ ବିଭିନ୍ନ କମ୍ପାନୀର ପିଆଇଓ ଦ୍ୱାରା ବ୍ଳକ କାଉଁସଲିଙ୍ଗ ମାଧ୍ୟମରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ପରିସରରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଚିଲିକା ବ୍ଳକ ବିଡ଼ିଓ , ଖୋର୍ଦ୍ଧା ଓରମାସ ଶାଖାର ଗୁଣ୍ଡିଚା ବେହେରା, ଡିସିସି ସ୍କିଲ ସୁଭମ ଶେଖର ମାନ୍ଧାତ, ବ୍ଳକ ଲାଇଭୁଲ କୋଡ଼ିନେଟର ସ୍ମିତା ନନ୍ଦ , ବିପିଏମ ଇନଚାର୍ଜ, ବିଜୟ କୁମାର ସାହୁ , ଏସ୍ ଡିସି ପ୍ରସାନ୍ତ ମିଶ୍ର ଏବଂ ସ୍ଥାନୀୟ ସ୍ତାନୀୟ ଏମବିକେ ଓ ସିଆର୍ପି ମାନେ । ବ୍ଳକ କାଉଁସଲିଙ୍ଗ ରେ ମୋଟ ୧୫୦ରୁ ଉର୍ଦ୍ଧ୍ୱ ପାଖାପାଖି ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *