ନିଆରା ଢଙ୍ଗରେ ବାର୍ଷିକ ଉତ୍ସବ ପାଳନ କଲା ସାମାଜିକ ସଂଗଠନ । ନିସ୍ୱାର୍ଥ ସେବା ଓଡିଶା ଚାରିଟେବୁଲ ଟ୍ରଷ୍ଟ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସମାଜମଙ୍ଗଳ ହୁଣ୍ଡିରେ ଦାନ କରି ଗୋଟେ ନୂଆ ହୁଣ୍ଡି ସ୍ଥାପନା କଲା ନିସ୍ୱାର୍ଥ ସେବା ଓଡିଶା ଚାରିଟେବୁଲ ଟ୍ରଷ୍ଟ । କଳ୍ପନା ଅଞ୍ଚଳର ବିବେକାନନ୍ଦ ନନ୍ଦ ପାର୍କଠାରେ ଭୁବନେଶ୍ୱର ର ସାମାଜିକ ସଂଗଠନ ନିସ୍ୱାର୍ଥ ସେବା ଓଡିଶା ଚାରିଟେବୁଲ ଟ୍ରଷ୍ଟ ତାର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ କରିଛି । କର୍କଟ ପିଡ଼ିତଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିବା କଳ୍ପନା ଛକଟୋକା ସଙ୍ଘର ସମାଜମଙ୍ଗଳ ହୁଣ୍ଡିରେ ଅର୍ଥ ରାଶି ଦାନ କରିବା ସହ ଟ୍ରଷ୍ଟ ଏକ ସମାଜମଙ୍ଗଳ ହୁଣ୍ଡି ସ୍ଥାପନା ମଧ୍ୟ କରିଛି । ହୁଣ୍ଡି ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗ ଦେଇ ନୂତନ ହୁଣ୍ଡି ସ୍ଥାପନା କରିଥିଲେ । କଳ୍ପନା ଛକଟୋକା ସଙ୍ଘ ସଭାପତି ଧୀରେନ ରାଉତରାୟ , ସମ୍ପାଦକ ଶିବ ଶଙ୍କର ଡାକୁଆ , ରକ୍ତଦାତା ତନ୍ମୟ ସାମନ୍ତରାୟ , ସମାଜସେବକ ରୋହିତ କୁମାର ନାୟକ , ଗୁରୁପଦ ନାଥ , ଭୁବନାନନ୍ଦ ସାମନ୍ତ , ବାବୁଲା ପରିଡା , ଭାଗିରଥି ନାୟକ ପ୍ରମୁଖ ନିସ୍ୱାର୍ଥ ସେବା ଚାରିଟେବୁଲ ଟ୍ରଷ୍ଟକୁ କୃତଜ୍ଞତା ଅର୍ପଣ କରିଥିଲେ । ନିସ୍ୱାର୍ଥ ସେବା ଓଡିଶା ଟ୍ରଷ୍ଟର ପ୍ରତିଷ୍ଠାତା ରଶ୍ମି ରଞ୍ଜନ ମାର୍ଥା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଦେବାଶିଷ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ସମସ୍ତ ସଦସ୍ୟ ସମାଜମଙ୍ଗଳ ହୁଣ୍ଡିରେ ହୁଣ୍ଡିଦାନ କରିଥିଲେ ।

Leave a Reply

Your email address will not be published. Required fields are marked *