ବିଜେଡି ରାଲି ସମୟରେ ଦୁର୍ଘଟଣା ଘଟି ନାବାଳକ ଆହତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ନିର୍ବାଚନ ପ୍ରଚାର କରିବେ ବୋଲି ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି ଶାସକ ଦଳର କର୍ମୀ ଓ ନେତା . ବାଙ୍କୀ ନିର୍ବାଚନ ମଣ୍ଡଳୀ କଳାପଥର ପଞ୍ଚାୟତରେ ବିଜେଡି ରାଲି ସମୟରେ ଘଟିଛି ଅଘଟଣ . ଲେମ୍ବେରି ଗ୍ରାମରୁ ତରବାଲୁଅ ଯାଉଥିବା ସ୍କୁଟି ଆରୋହୀଙ୍କୁ ସାଇଟ ମାରି ତଳେ ପକାଇ ଦେଇଥିବାର ଅଭିଯୋଗ ଆସିଛି . ଏପରିକି ଗାଡି ଧକ୍କାରେ ସ୍କୁଟିରେ ଥିବା ନାବାଳକ ଆହତ ହୋଇଥିବାର ଜଣାଯାଇଛି . ତେବେ ସବୁଠାରୁ ଦୁଃଖର କଥା ହେଲା ଦୁର୍ଘଟଣା ପରେ ସେମାନଙ୍କୁ ଉଠାଇ ସାହାଯ୍ୟ କରିବା ତ ଦୂରର କଥା ବରଂ ଓଲଟା ଗାଳି କରିଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି . କଳାପଥର ଗ୍ରାମ ପଞ୍ଚାୟତର ଲେମ୍ବେରି ଠାରୁ କୃଷ୍ଣ୍ଣପଲ୍ଲୀ ପର୍ଯ୍ୟନ୍ତ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ରାଲି କରି ନିର୍ବାଚନ ପ୍ରଚାର କରୁଥିବା ସମୟରେ ସମର୍ଥକଙ୍କ ପ୍ରଚାର ଗାଡି ଧକ୍କାରେ ଦୁର୍ଘଟଣା ହୋଇଥିବା କଥା ଆହତ ନାବାଳକଙ୍କ ମା ସରୋଜିନୀ ବିଶ୍ୱାଳ କହିଛନ୍ତି .

Leave a Reply

Your email address will not be published. Required fields are marked *