ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗରିବ ଙ୍କ ଯୋଜନା କାହା ପାଇଁ ?? କେନ୍ଦ୍ର ସରକାରଙ୍କ ଠାରୁ ଧରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ କିମ୍ଭା ବିଜୁ ପକାଘର ହେଉଛି ବାଟ ମାରଣା । ଘର ଖଣ୍ଡେ କରିବା ପାଇଁ ସରକାର ଦେଉଛନ୍ତି ଟଙ୍କା , କିନ୍ତୁ ବାସ୍ତବରେ ଘର ଖଣ୍ଡେ ଆସିଛି କହି ଟଙ୍କା ଖାଇ ଯାଉଛନ୍ତି କୁଜିନେତା । ଏ ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଆଙ୍କୁଲା ପଞ୍ଚାୟତ ବ୍ରାହ୍ମଣ କୋଷଡ଼ିହ ବାଉରୀ ସାହିର । ଦୁଇଜଣ ଅଭିଯୋଗ କରିଛନ୍ତି ଆସିଥିବା ଆବାସ ଯୋଜନା ଟଙ୍କାକୁ ସ୍ତାନୀୟ ସରପଞ୍ଚ ଓ ସହଯୋଗୀ ବଳରାମ ପଞ୍ଚାୟତ କୁ ଡ଼ାକି ଟିପ ଚିହ୍ନ ନେବା ଶହ ଆବାସ ଯୋଜନା କିସ୍ତିର ସମସ୍ତ ଟଙ୍କାକୁ ଉଠାଇ ନେଇଛନ୍ତି ଓ ସେହିଭଳି ବାଉରୀ ସାହିର ଅନ୍ୟ ଜଣେ ମହିଳାଙ୍କ ଠାରୁ ୧୮ ହଜାର ଟଙ୍କା ଅର୍ଥକୁ ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି । ଧୀରେ ଧୀରେ ଚିଲିକା ବ୍ଲକରେ ଏହିଭଳି କେଳେଙ୍କାରୀ ସବୁର ଗୁମର ଖୋଲୁଛି , ଚିଲିକା ବ୍ଲକରେ ରାଜନୀତି କରୁଥିବା ଭଦ୍ର ମୁଖା ଦେଖାଇ ଲୋକଙ୍କୁ ଲୁଟୁଛନ୍ତି ଓ ଶିକାର ହେଉଛନ୍ତି ଗରିବ ଜନସାଧାରଣ । ଆଙ୍କୁଲା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କହିଛନ୍ତି ଯେ କାହାଠାରୁ ଲାଞ୍ଚ ନେଇ ନାହାନ୍ତି . ଏସବୁ ମିଥ୍ୟା, ନିର୍ବାଚନ ସମୟରେ ଜାଣିଶୁଣି ଏସବୁ ଅଭିଯୋଗ ହେଉଅଛି ।
ଆବାସ ଯୋଜନାରେ ଆସିଥିବା ଟଙ୍କା କିଏ ଖାଇଲା !!!

