ନାଚୁଣୀ ସମବାୟ ସମିତି ସମ୍ମୁଖ ରେ ୩ଦଫା ଦାବି ନେଇ ଧାରଣାରେ ବସିଲେ ଚାଷୀ !!!

0
448

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସମସ୍ତ ଚାଷୀମାନେ ଧାରଣାରେ ବସିଥିଲେ । ନାଚୁଣୀ ସମବାୟ ସମିତି ସମ୍ମୁଖରେ ୩ ଦଫା ଦାବି ନେଇ ଚାଷୀମାନେ ଧାରଣା ଦେଇଥିବାର ଦେଖିବାକୁ ମିଳିଥିଲା , ତେବେ ଜିଲ୍ଲା ଯୋଗାଣ ବିଭାଗର ପ୍ରତିଶୃତି ପରେ ଧାରଣା ହଟିଥିବା ସୂଚନା ମିଳିଛି । ଖବର ମୁତାବକ, ବାଣପୁର ବ୍ଲକ୍ ର ନାଚୁଣି ଓ ମୋରମୋରୀ ପଞ୍ଚାୟତକୁ ନେଇ ନାଚୁଣି ସମବାୟ ସମିତି ଗଠିତ ହୋଇଛି । ଏହି ସମବାୟ ସମିତି ମାଧ୍ୟମରେ ପ୍ରତି ବର୍ଷ ଚାଷୀ ମାନଙ୍କ ଠାରୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀ ମାନଙ୍କୁ ଟୋକନ ମାଧ୍ୟମରେ ଧାନ ମିଲର ମାନେ ଚାଷୀଙ୍କ ଠାରୁ ଧାନ କିଣିଥାନ୍ତି । ଏଥର କିନ୍ତୁ ଏଥିରେ କିଛି ବ୍ୟତିକ୍ରମ ଦେଖା ଦେଇଥିଲା । ଯେଉଁଥି ପାଇଁ ଚାଷୀ ସମବାୟ ସମିତି ଆଗରେ ୩ ଦଫା ଦାବ ନେଇ ଧାରଣାରେ ବସିଥିଲେ ।

ପ୍ରଥମ ଦାବି ଚାଷୀ ମାନେ ମିଲରଙ୍କ ନିକଟକୁ ଧାନ ନେବେ ନାହିଁ । ମିଲର ଆସି ସମବାୟ ସମିତି କାର୍ଯ୍ୟାଳୟ ନିକଟରୁ ଧାନ କିଣିବେ । ଦ୍ୱିତୀୟ ଦାବି ନାଚୁଣି ସମବାୟ ସମିତିରେ ମୋଟ ୧୩ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଥିଲା ବେଳେ ମାତ୍ର ୫ ହଜାର କୁଇଣ୍ଟାଲ ଧାନ ନେଇଛନ୍ତି । ଏଣୁ ଅବଶିଷ୍ଟ ୮ ହଜାର କୁଇଣ୍ଟାଲ ଧାନ କିଣିବାକୁ ଦାବି । ତୃତୀୟ ଦାବି ଟୋକନ ଅବଧି ସାରି ଯାଇଥିବରୁ ଧାନ ନେଉନି ମିଲର । ଏଣୁ ଟୋକନ ଅବଧି ସମୟ ବୃଦ୍ଧି କରାଯାଉ । ଜିଲ୍ଲାର ଯୋଗଣ ଅଧିକାରୀଙ୍କ ପକ୍ଷରୁ ବାଣପୁର ବ୍ଲକ୍ ଯୋଗଣ ଅଧିକାରୀ ଓ ନାଚୁଣି ସମବାୟ ସମିତିର ସମ୍ପାଦକ ଚାଷୀ ମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଏହି ସମବାୟ ସମିତିରୁ ମିଲର ଧାନ ସଂଗ୍ରହ କରିବେ, ଧାନ ସଂଗ୍ରହ ଅବଧି ବୃଦ୍ଧି ଓ ପର୍ଯ୍ୟାୟ କ୍ରମେ ଧାନ ସଂଗ୍ରହ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here