ଗୁରୁଶ୍ରେଷ୍ଠ ପଣ୍ଡିତ ନୀଳକଣ୍ଠ ରଥଶର୍ମାଙ୍କ ପରଲୋକ !!!

0
192

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ଅଞ୍ଚଳର ସୁନାମଧନ୍ୟ ସଂସ୍କୃତ ବିଦ୍ୱାନ ତଥା ରାଜ୍ୟ ସ୍ତରୀୟ ସମ୍ମାନପ୍ରାପ୍ତ ପ୍ରବୀଣ ସଂସ୍କୃତ ଶିକ୍ଷକ ଗୁରୁଶ୍ରେଷ୍ଠ ପଣ୍ଡିତ ନୀଳକଣ୍ଠ ରଥ ଶର୍ମାଙ୍କର (୯୬) ବୟସରେ ଗୁରୁବାର ଦିନ ବେଗୁନିଆ ସ୍ଥିତ ବାସଭବନରେ ପରଲୋକ ଘଟିଛି । ସଂସ୍କୃତ ସାହିତ୍ୟ ଓ ବ୍ୟାକରଣରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିବା ସ୍ୱର୍ଗତ ରଥ ଶର୍ମା ବେଗୁନିଆ ସଦର ମହକୁମାରେ ୧୯୪୪ ମସିହାରେ ପ୍ରତିଷ୍ଠିତ ଗୋପବନ୍ଧୁ ଉର୍ଚ୍ଚ ବିଦ୍ୟାଳୟରେ ନିରବଛିନ୍ନ ଭାବେ ୩୫ବର୍ଷରୁ ଅଧିକ ସମୟ ଧରି ତିନି ପିଢୀର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିଥିଲେ । ଅଞ୍ଚଳରେ ପଣ୍ଡିତ ସାର ଭାବେ ପରିଚିତ ସ୍ୱର୍ଗତ ରଥଶର୍ମା ବ୍ୟାକରଣ ଚନ୍ଦ୍ରିକା, ବ୍ୟାକରଣ ପ୍ରଦୀପ, ଭାଷାତ୍ରୈ, ହିନ୍ଦୁଧର୍ମ ରହସ୍ୟ ଓ ବହୁ ଭ୍ରମଣ କାହାଣୀ ଯଥା, ଦକ୍ଷିଣ ଭାରତ ଭ୍ରମଣ,ଭାରତର ସ୍ଵର୍ଗ କାଶ୍ମୀର ଆଦି ପୁସ୍ତକ ରଚନା କରି ସାହିତ୍ୟ ,ସଂସ୍କୃତଦର୍ଶନ ଓ ସାରସ୍ୱତ କ୍ଷେତ୍ରରେ ଅମର ସ୍ଵାକ୍ଷର ଲିପିବଦ୍ଧ କରିପାରିଛନ୍ତି ।ପେଷାରେ ଶିକ୍ଷକ ଥିଲେ ମଧ୍ୟନିଶା ଥିଲା ବିଭିନ୍ନ ସ୍ଥାନ ପରିଭ୍ରମଣ କନ୍ୟା କୁମାରୀ ଠାରୁ ଆରମ୍ଭ କରି କାଶ୍ମୀର,ନେପାଳ,ଅଣ୍ଡାମାନ ୩ ସମୁଦ୍ର,୪ ଧାମ,୪ ଗୟା,ନଦିଆ ନବଦୀପ,ଗୋପ, ବୃନ୍ଦାବନ, ମଥୁରା,ଆଗ୍ରା, ବୈଷ୍ଣବୀ ଦେବୀ,ବନାରସ, ମୁମ୍ବାଇ ଓ ଲକ୍ଷ୍ନୋ ଆଦି ବିଭିନ୍ନ ସ୍ଥାନ ପରିଭ୍ରମଣ କରି ବିଶେଷ ଜ୍ଞାନ ଆହରଣ କରିଥିଲେ ।ରାଜ୍ୟ ଶିକ୍ଷକ ସମ୍ମାନ ସହ ସଂସ୍କୃତ ଏକାଡେମୀ ପୁରସ୍କାର,ସଂସ୍କୃତ ବିଶ୍ୱ ବିଦ୍ୟାଳୟ ପୁରସ୍କାର,ଖୋର୍ଦ୍ଧା ମହୋତ୍ସବ, ବୋଲଗଡ଼ ମହୋତ୍ସବ ଓ ମକର ମହୋତ୍ସବ ଆଦି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କର ଜ୍ୟୋଷ୍ଠ ପୁତ୍ର ଦେଵବ୍ରତ ରଥ,କନିଷ୍ଠ ପୁତ୍ର ପ୍ରିୟବ୍ରତ ରଥ,ଜ୍ୟୋଷ୍ଠା କନ୍ୟା ସଂଘ ମିତ୍ରା ରଥ ଓ କନିଷ୍ଠା କନ୍ୟା ଶର୍ମିଷ୍ଠା ରଥଙ୍କ ସହ ବୋହୁ, ନାତି ଓ ନାତୁଣୀ ମାନେ ଉପସ୍ଥିତ ଥିଲେ ।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶିକ୍ଷାବିତ ଅନନ୍ତ ଚରଣ ପ୍ରହରାଜ,ଯୋଗେଶ୍ଵର ସୁନ୍ଦରାୟ,ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର,ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ,ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ,ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତ ରାୟ, ଅଵସର ପ୍ରାପ୍ତ ପ୍ରଧାନଶିକ୍ଷକ ଭାଗିରଥି ପରିଡା, ସୁରେନ୍ଦ୍ର ନାଥ ସୁବୁଦ୍ଧି,ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ ଓ ସମାଜସେବୀ ଦୀନବନ୍ଧୁ ଦାଶଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ ।ତାଙ୍କ ଶବାଧାରକୁ ନାମ ସଂକୀର୍ତ୍ତନ ସହ ଗ୍ରାମ୍ୟ ପରିକ୍ରମା କରି ଜଗନ୍ନାଥ ମନ୍ଦିର ଓ ନିଜର କର୍ମଭୂମି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ୟରେ ଅପେକ୍ଷାରତ ନୀଳକଣ୍ଠ ପ୍ରେମୀ, ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଶବାଧାରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ନିଜ ଜନ୍ମଭୂମି ଖୋର୍ଦ୍ଧା ଜିଲ୍ଲା ହଳଦିଆ ନିକଟସ୍ଥ ସାମନ୍ତରାପୁର ଗ୍ରାମରେ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here