ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ବାଳିକା ସଶକ୍ତିକରଣ ମିଶନ – ୨୦୨୨ କାର୍ଯ୍ୟଶାଳା । ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟଶାଳାକୁ ଭାରପ୍ରାପ୍ତ ଇଡି କେ.ଏସ. ରାଓ ଉଦଘାଟନ କରିଥିଲେ । ଗତ ଶୁକ୍ରବାର ଠାରୁ ଡିଏଭି ପବ୍ଲିକ ସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜୁନ ୧୬ ଯାଏଁ ଚାଲିବ । କାର୍ଯ୍ୟକ୍ରମରେ ତାଳଚେର ଥର୍ମାଲ ପାରିପାର୍ଶ୍ବିକ ସରକାରୀ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପଢୁଥିବା ୧୨୦ ଜଣ ବାଳିକାଙ୍କୁ ଚାରି ସପ୍ତାହ ଯାଏଁ ଟ୍ରେନିଂ ଦିଆଯିବ । କାର୍ଯ୍ୟକ୍ରମରେ ସାଗରିକା ମହିଳା କ୍ଲବର ପ୍ରେସିଡେଣ୍ଟ ସ୍ବର୍ଣ୍ଣଲତା ରାଓଙ୍କ ସମେତ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀ ପ୍ରଫୁଲ୍ଲ ବାରିକ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଏନଟିପିସି ତାଳଚେର ଥର୍ମାଲର ଅଧିକାରୀ ଓ ୟୁନିଅନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ଉଦଘାଟିତ ହେଲା ବାଳିକା ସଶକ୍ତିକରଣ ମିଶନ – ୨୦୨୨ କାର୍ଯ୍ୟଶାଳା !!!

