ଆରିକମା ସମବାୟ ସମିତି ସଭାପତି ନିର୍ଦ୍ଵନ୍ଦରେ ନିର୍ବାଚିତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମା ସମବାୟ ସମିତିର ନୂତନ ସଭାପତି ଶରତ କୁମାର ପରିଡା ନାମାଙ୍କନ ଦାଖଲ କରି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସୁନଖଳା ସେବା ସମବାୟ ସମିତିର ପରିଚାଳକ ସନ୍ଦୀପ ପଟ୍ଟନାୟକ ମୁଖ୍ୟ ଅତିଥି ଓ ସ୍ଥାନୀୟ ସମବାୟ ସମିତିର ପୂର୍ବତନ ସମ୍ପାଦକ ଗୋପବନ୍ଧୁ ଦାଶ ଅତିଥି ଭାବେ ଯୋଗ ଦେଇ ନୂତନ ସଭାପତି ଶ୍ରୀ ପରିଡାଙ୍କ ସମେତ ନୂତନ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସ୍ୱାଗତ କରିଥିଲେ । ସୂର୍ଯ୍ୟ ନାରାୟଣ ପଣ୍ଡା, ସୁକାନ୍ତ କୁମାର ହୋତା, ଜିତେନ୍ଦ୍ର କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ମହାରଣା, ରମେଶ କୁମାର ଦାସ, ଭରତ ଚନ୍ଦ୍ର ବିଶ୍ୱାଳ, କାଲୁ ବିଶ୍ୱାଳ,ଗୋପବନ୍ଧୁ ଦାସ , ପ୍ରଭାତ କୁମାର ଦଳେଇ, ଶ୍ୟାମ ସୁନ୍ଦର ସାହୁ, ଜଗବନ୍ଧୁ ମାର୍ଥା ଓ ପ୍ରତିମା ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ସମ୍ପାଦକ କବିତା ପରିଡା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *