“ଶ୍ରୀ ସୃଜନ” ପଞ୍ଜିକରଣ ପ୍ରମାଣ ପତ୍ର ଓ ଗୁରୁ ବନ୍ଦନା ସଙ୍ଗୀତ ଭିଡିଓ ଉନ୍ମୋଚିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କଳା – ସାହିତ୍ୟ – ସଂସ୍କୃତିର ଭାବମୟ ଉତ୍ତରଣ ପକ୍ଷରୁ ନୟାଗଡ ପୁରୁଣା ସହରସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ‘ ଶ୍ରୀ ସୃଜନ’ ସଙ୍ଗୀତ ଅନୁଷ୍ଠାନର ଛାତ୍ର / ଛାତ୍ରୀ ମାନଙ୍କ ଦ୍ବାରା ଏକ ମନ ଛୁଆଁ ସଙ୍ଗୀତ ଆସର ହେବା ସହିତ “ଶ୍ରୀ ସୃଜନ” ପଞ୍ଜିକୃତ ହେବାର ପ୍ରମାଣପତ୍ର ଓ ଗୁରୁ ବନ୍ଦନା ଭିଡିଓ ଶ୍ରୀ ସୃଜନର ସଭାପତି ଡ. ବିଜୟ କୁମାର ଚୌଧୁରୀ , ଉପ ସଭାପତି ନିରୁପମା ପଟ୍ଟନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସୁର ଗନ୍ଧର୍ବ ନବକିଶୋର ମିଶ୍ରଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି । ଗୀତିକାର ଶିକ୍ଷୟିତ୍ରୀ କାଦମ୍ବିନୀ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶନା ଶ୍ରୀ ସୃଜନର ସଂପାଦିକା ଅଧ୍ୟାପିକା ,କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀ, କଣ୍ଠ ଦାନ କରିଛନ୍ତି ଅନୁଷ୍ଠାନର ଛାତ୍ର ସାଇଅମ୍ରିତ୍ । ଉନ୍ମୋଚନ ସମୟରେ ଅନୁଷ୍ଠାନର କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ରଙ୍କ ସମେତ ସଞ୍ଜୟ ସାହୁ, ପ୍ରଦୀପ ସାହୁ, ଲକ୍ଷ୍ମୀଧର ମହାପାତ୍ର, ଅଶୋକ ମଲ୍ଲ, ଦିଲ୍ଲୀପ ସାହୁ , ଛାତ୍ର / ଛାତ୍ରୀ, ଅଭିଭାବକଙ୍କ ସହ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସଙ୍ଗୀତ ଆସରକୁ ଅନୁଷ୍ଠାନର ସଙ୍ଗୀତ ଶିକ୍ଷିକା ଜୟଶ୍ରୀ ଦେବୀ ପରିଚାଳନା କରିଥିବା ବେଳେ ଯନ୍ତ୍ର ସଙ୍ଗୀତ ରେ ଜୟକଷ୍ଣ ପଟ୍ଟନାୟକ ଓ ବାବୁଲି ସହଯୋଗ କରିବା ସହିତ ସହଯୋଗୀ ଅନୁଷ୍ଠାନ ଚମତ୍କାର, ନାଟ୍ୟଧାରାର ସଭ୍ୟ / ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ଭାବରେ ସଂପାଦନ କରିଥିଲେ । ପରିଶେଷରେ ଅନୁଷ୍ଠାନର ଛାତ୍ରୀ, ଶିକ୍ଷୟିତ୍ରୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *