ସାଧନକେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ମେଳା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ପଞ୍ଚାୟତର ବଉପାଙ୍ଗା ଠାରେ ସାଧନ କେନ୍ଦ୍ର ସ୍ତରୀୟ ଏକ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ମେଳା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ବାଲନ୍ଦାପଡା ଓ ଲୁଇସିଂ ପଞ୍ଚାୟତ ଅଧୀନରେ ଥିବା ସ୍କୁଲ ମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ ସାଧନ କର୍ମୀ ସିମାଞ୍ଚଳ ମୂଖି କାର୍ଯ୍ୟକ୍ରମରେ ତାଲିମଦାତା ଭାବରେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରି ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବିକାଶ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିବା ବେଳେ କାର୍ଯ୍ୟକ୍ରମ ଉଦଘାଟନୀ ଉତ୍ସବରେ ବାଲାନ୍ଦାପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିପ୍ତୀରଂଜନ ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *