ଟାଙ୍ଗୀ ବୋଡଗଂରାପାଟଣା ପ୍ରାଥମିକ ବିଦ୍ୟାଳୟ ମୁଖ୍ଯ ଫାଟକରେ ତାଲା : ପରୀକ୍ଷା ରୁ ବଞ୍ଚିତ ଛାତ୍ର ଛାତ୍ରୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ଅନ୍ତର୍ଗତ ବୋଡଗଂରାପାଟଣା ପ୍ରାଥମିକ ବିଦ୍ୟାଳୟ ମୁଖ୍ଯ ଫାଟକରେ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ଗତକାଲି ଠାରୁ ତାଲା ପକାଇଛନ୍ତି । ବଦଳି ହୋଇଥିବା ଶିକ୍ଷକ କିଶୋର କୁମାର ଦାଶଙ୍କ ପୁନଃ ନିଯୁକ୍ତି ଓ ବର୍ତ୍ତମାନ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ପୁଷ୍ପଲତା ଶ୍ରୀଚନ୍ଦନଙ୍କୁ ଦାୟିତ୍ୱ ହସ୍ତାନ୍ତର ଦାବିରେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ବିଦ୍ୟାଳୟ ମୁଖ୍ଯ ଫାଟକରେ ତାଲା ପକାଇଛନ୍ତି । ଦାୟିତ୍ୱ ହସ୍ତାନ୍ତର ନହେବା ଫଳରେ ବିଦ୍ୟାଳୟ ର କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଇ ପାରୁନାହିଁ । ବର୍ତମାନ ୫ ଟି ଶ୍ରେଣୀରେ ୯୦ ଜଣ ପିଲା ଶିକ୍ଷା ଲାଭ କରୁଥିବା ବେଳେ ୨ ଜଣ ଶିକ୍ଷକ ଅଛନ୍ତି । ୨ ଜଣ ଶିକ୍ଷକରୁ ଜଣେ ଛୁଟିରେ ଅଛନ୍ତି । ମୁଖ୍ଯ ଫାଟକରେ ତାଲା ପକାଇବାରୁ ଛାତ୍ରଛାତ୍ରୀ ମାନେ ଅତି ଦୟନୀୟ ଅବସ୍ଥାରେ ଏକ ଗଛମୂଳେ ରାସ୍ତା କଡରେ ବସିଥିବା ଦେଖିବାକୁ ମିଳିଛି । ଆଜି ଛାତ୍ରଛାତ୍ରୀଙ୍କ ବେସ୍ ଲାଇନ ପରୀକ୍ଷା ରୁ ବଞ୍ଚିତ ହୋଇଛନ୍ତି । ବ୍ଳକ ସହ ଶିକ୍ଷା ଅଧିକାରୀ ସାବିତ୍ରୀ ସାହୁ ଘଟଣାସ୍ଥଳରେ ପହଞ୍ଚି କୌଣସି ସମାଧାନ କରିପାରି ନଥିବା ବେଳେ ଗ୍ରାମବାସୀ ତାଙ୍କୁ ଦୀର୍ଘ ସମୟ ଅଟକ ରଖିଥିଲେ । ଦାବୀ ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ଯନ୍ତ ବିଦ୍ୟାଳୟ ବନ୍ଦ ରଖିବେ ବୋଲି ଧାରଣକାରୀ ଚେତାବନୀ ଦେଇଥିଲେ । ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ଆସନ୍ତା ଅକ୍ଟୋବର ୧୫ ସୁଧା ଦୁଇଟି ସମସ୍ଯା ର ସମାଧାନ ପ୍ରତିଶୃତି ଦେବାପରେ ଏବିଓଙ୍କ ଠାରୁ ଲିଖିତ ନେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ସୂଚନାଯୋଗ୍ୟ କି ପୂର୍ବରୁ ଧାରଣାକାରୀ ବିଦ୍ୟାଳୟ ର ଅସୁବିଧା ସଂପର୍କ ରେ ଜିଲ୍ଲାପାଳ, ଡିଇଓ, ବିଇଓ ଓ ବିଧାୟକଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ଯ କୌଣସି ସୁଫଳ ମିଳିନଥିଲା । ତେବେ ଧାରଣା ପ୍ରତ୍ୟାହୃତ ହେବା ପରେ ପିଲାମାନଙ୍କ ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ହୋଇଥିବା ସ୍କୁଲ କମିଟିରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *