ସୁକିନ୍ଦା କପ୍‌ କ୍ରିକେଟ୍‌ ଲୋଗୋ ଓ ଟ୍ରଫି ଉନ୍ମୋଚିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଷ୍ଟାଡିଅମ୍‌ରେ ସୁକିନ୍ଦା କପ୍‌ କ୍ରିକେଟ୍‌ ଲୋଗୋ, ଟ୍ରଫି ଓ ଜର୍ସି ଉନ୍ମୋଚିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଉଦ୍‌ଘାଟକ ଓ କ୍ରୀଡ଼ାମନ୍ତ୍ରୀ ଇଂ ତୁଷାରକାନ୍ତି ବେ‌ହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଲୋଗୋ ଏବଂ ଟ୍ରଫି ଅନାବରଣ କରିଥିଲେ । ସୁକିନ୍ଦା ବ୍ଲକର ସମସ୍ତ ୨୫ ପଞ୍ଚାୟତରୁ ୧୫୦ ଗ୍ରାମାଞ୍ଚଳ ଦଳକୁ ନେଇ ଅନୁଷ୍ଠିତ ହେବାକୁ ଥିବା ମେଗା ଟୁର୍ଣ୍ଣାମେଣ୍ଟ ର ପ୍ରତିଭା ସଂପନ୍ନ ଖେଳାଳି ମାନଙ୍କୁ ସରକାରୀ ସ୍ତରରେ ପ୍ରଶିକ୍ଷଣ ବ୍ୟବସ୍ଥା ରହିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ଓଡ଼ିଶା ଖଣି ନିଗମ (ଓଏମ୍‌ସି) ସହାୟତାରେ ସୁକିନ୍ଦାରେ କ୍ରୀଡ଼ାର ବିକାଶ ଧାରା ଗତିଶୀଳ ହେବ ବୋଲି ମନ୍ତ୍ରୀ ଶ୍ରୀ ଘଡ଼ାଇ ବିବୃତି ରଖିଥିଲେ । ଓଏମ୍‌ସି ଆନୁକୂଲ୍ୟରେ ଓ ସୌରିକ ଆଥଲେଟିକ୍ ଆସୋସିଏସନ(ସା) ସହଭାଗିତାରେ ଅନୁଷ୍ଠିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସୁକିନ୍ଦାଗଡ଼ ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ଓ ଓଏମ୍‌ସି ଆଞ୍ଚଳିକ ପ୍ରବନ୍ଧକ ଇଂ ଆଶିଷ କୁମାର ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡ଼ା ମହାକୁମ୍ଭର ଶୁଭ ମନାସି ଥିଲେ । ସା ସଭାପତି ପ୍ରଭାତ ରଞ୍ଜନ ପ୍ରଧାନ ଓ ସାଧାରଣ ସଂପାଦକ ରବି ନାରାୟଣ କର ସୁକିନ୍ଦା କପ୍‌ ଆଭିମୁଖ୍ୟ ରଖିଥିଲେ । ସିନେ ତାରକା ଲୋରିଆ ମଞ୍ଚ ପରିଚାଳନା କରିଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ସା ଉପଦେଷ୍ଟା ନାରାୟଣ ଚନ୍ଦ୍ର ଧୀର, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ କେଶରୀ ପଟ୍ଟନାୟକ, ସାଧୁ ଚରଣ ତିଉ ଓ ଜେମା ଚାଖି, ଓଏମ୍‌ସି ବରିଷ୍ଠ କାର୍ମିକ ପ୍ରବନ୍ଧକ ସୁମିତ ପାଢ଼ୀ, ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶଦାତା ମଧୁସ୍ମିତା ଦାସ, ବିଜେଡି ନେତା ବିବେକାନନ୍ଦ ବୋଷ, ଭଗବତୀ ମହାନ୍ତ, ସୁକିନ୍ଦା ସରପଞ୍ଚ ସ୍ବାଧୀନ ଦାସ, ଯୁବ ବିଜେଡି ସଭାପତି ସୁଜିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସା ସାଂଗଠନିକ ସଂପାଦକ ସେକ ନିହାଲୁଦ୍ଦିନ, ଜୟନ୍ତ କୁମାର ରାଉତ, ଆଶିଷ କୁମାର ଜେନା, ବିଶ୍ବଜିତ ମହାନ୍ତି, କୃତିବାସ ଭଞ୍ଜ, ସଞ୍ଜୟ ପରିଡ଼ା, ଶ୍ୟାମ ପ୍ରସାଦ ମହାରଣା, ପ୍ରଦୀପ୍ତ କୁମାର ପଣ୍ଡା, ସରୋଜ କୁମାର ମହାନ୍ତ, ସାଗର ନାୟକ ଓ ଯୁବ ବିଜେଡି କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *