ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ହରିଜନ ସାହି ଦାଣ୍ଡରେ ଗୁରୁବାର ରାତିରେ ଘଟିଥିଲା ଏକ ବିଭତ୍ସ ହତ୍ୟା କାଣ୍ଡ । ଉକ୍ତ ଘଟଣାରେ ବାଣପୁର ପୋଲିସ ଆଜି ଜଣଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ଗୁରୁବାର ରାତି ପ୍ରାୟ ୯ ଟା ସମୟରେ ଭୀମପୁର ହରିଜନ ସାହିର ଦୁଇ ଭାଇ ରବିନ୍ଦ୍ର ନାଥ ନାୟକ ଓ ସାନ ଭାଇ ସୋମନାଥ ନାୟକ ଦୁହେଁ ନିଜ ଦାଣ୍ଡ ଦୁଆରେ ବସି କଥାବାର୍ତ୍ତା ହେଉଥିବା ବେଳେ , ହଠାତ ସେହି ଗ୍ରାମର ବସନ୍ତ ନାୟକ ଓରଫ କେଳୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ଧାରୁଆ ଅସ୍ତ୍ରରେ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ପରିବାର ଲୋକମାନେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବାଣପୁର ସରକାରୀ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ! ଡାକ୍ତର ସେଠାରେ ବଡ ଭାଇ ରବିନ୍ଦ୍ର ନାଥ ନାୟକଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କେସ ନମ୍ବର ୧୭୯/୨୨ରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଭୀମପୁର ହରିଜନ ସାହିର ଅଭିଯୁକ୍ତ ବସନ୍ତ ନାୟକ ଓରୋଫ କେଳୁ ନାୟକ କୁ ଗିରଫ କରିବା ସହିତ ଆଇପିସି ୧୪୭/୧୪୮/୩୪୧/୨୯୪/୩୨୩ / ୩୦୭/୩୦୨/୧୦୯/୧୪୯ ଧାରାରେ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛି । ଅଭିଯୁକ୍ତର ଜାମିନ ଖାରଜ ହେବାରେ ଜେଲକୁ ପଠାଇ ଦିଆଯାଇଛି ।
ଭୀମପୁର ହରିଜନ ସାହିର ବିଭତ୍ସ ହତ୍ୟା ଘଟଣା : ଅଭିଯୁକ୍ତ କୁ ଗିରଫ କଲା ବାଣପୁର ପୋଲିସ !!!

