ଗୋରକ୍ଷକ ମାନଙ୍କୁ ଜାମିନ ପ୍ରଦାନ କଲେ ମାନ୍ୟବର କଟକ ଜିଲ୍ଲା ଅଦାଲତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବେଆଇନ ଗୋ ମାଂସ ଚାଲାଣକୁ ବିରୋଧ କରି ଗୋରକ୍ଷକ ଙ୍କୁ ଜେଲ ଯିବାକୁ ପଡିଲା ! ହେଲେ ଶେଷରେ ମିଳିଲା ଜାମିନ ! ବାଙ୍କୀ ବ୍ଲକ ବୈଦେଶ୍ଵର ଥାନା କଳାପଥର ନିକଟରେ ଏକ ଗୋ ମାଂସ ଭର୍ତ୍ତି ଗାଡିକୁ ଅଟକାଇ ଥିଲେ ସ୍ଥାନୀୟ ଲୋକେ ! ଘଟଣା କ୍ରମରେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଉତ୍ତ୍ୟକ୍ତ ଲୋକେ ! ପରେ ବାଙ୍କୀ ପୁଲିସ ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିବା ସହିତ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ! ତେବେ ଗୋରକ୍ଷକ ମାନଙ୍କୁ ଜାମିନ ପ୍ରଦାନ କଲେ ମାନ୍ୟବର କଟକ ଜିଲ୍ଲା ଅଦାଲତ ! ଜାମିନ ହେବା ପରେ ବାଙ୍କୀ ର ବହୁ ଗୋ ରକ୍ଷକ ଏବଂ ସାମାଜିକ କର୍ମୀ ଉପ କାରାଗାର ପାଖରେ ପହଂଚି ସେମାନଙ୍କୁ ସ୍ୱାଗତ କରିଥିଲେ !

Leave a Reply

Your email address will not be published. Required fields are marked *