ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ NTPC ଠାରେ ଘଟିଛି ଏକ ଅଭାବନୀୟ . ଦିନ ପ୍ରାୟ ୧୦ ଘଟିକା ସମୟରେ ପାଉଁଶ ଟ୍ରକ୍ ଧକ୍କା ଦେବାରୁ କଣିହାଁ ଗ୍ରାମର ପ୍ରଶାନ୍ତି ନାଏକ ନାମକ ବିଧବା ମହିଳାଙ୍କର ଗୋଡ ଭାଙ୍ଗିଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ମହିଳା ମାନେ ରାସ୍ତାରୋକ କରିଥିଲେ । କଣିହାଁ ହାଟପଦା ଠାରୁ ଟୋଲକବଡା ସଂକୀର୍ଣ୍ଣ ରାସ୍ତାରେ ଅନବରତ ଅତ୍ୟଧିକ ମାତ୍ରାରେ ଦୃତଗତିରେ ପାଉଁଶ ଟ୍ରକ୍ ଚାଲିଛି । ଫଳରେ ସାଧାରଣ ଜନତା ତଥା ପଦଚାରୀ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ସାଇକେଲ କିମ୍ବା ମଟର ସାଇକେଲ ରେ ଜିବା ଆଦୌ ନିରାପଦ ନୁହେଁ । ଆଜି ଉଭୟ ଦିଗରୁ ପାଉଁଶ ଟ୍ରକ୍ ଅତିକ୍ରମ କରୁଥିବା ବେଳେ ପ୍ରଶାନ୍ତୀ ନାଏକ ନଦୀକୁ ଗାଧୋଇଯିବା ସମୟରେ ଟ୍ରକ୍ ଧକ୍କା ଦେବାରୁ ପ୍ରଶାନ୍ତି ନାଏକ ପଡି ଯାଇଥିଲେ । ଫଳରେ ତାଙ୍କର ଗୋଡ ଭାଙ୍ଗିଯାଇଛି । ସର୍ବସାଧାରଣ ଯାତାୟାତ ରାସ୍ତାରେ ପାଉଁଶ ଉଡିବା ଓ ଟ୍ରକ୍ ଦୃତ ଗତିରେ ଯିବା ଆସିବାକୁ କେନ୍ଦ୍ରକରି ପୂର୍ବରୁ ଅନେକ ଥର ଜନ ଆନ୍ଦୋଳନ ହୋଇଥିଲେ ହେଁ NTPC କର୍ତ୍ତୁପକ୍ଷ ଏଥିପ୍ରତି ଭୃକ୍ଷେପ କରୁନାହାନ୍ତି । ଟିକିରା ନଦୀ ତଥା ଏ ଅଞ୍ଚଳର ସମସ୍ତ ଜଳାଶୟ ଗୁଡିକ NTPC ର ବିଷାକ୍ତ ପାଉଁଷ ପଡି ଅନେକ ଧନଜୀବନ କ୍ଷତି ହେଉଥିବା ବେଳେ ପାଉଁଶ ଟ୍ରକ୍ ଧକ୍କା ଦ୍ୱ।ରା ଜୀବନ ହାନୀ ଘଟୁଛି । NTPC କର୍ତ୍ତୁପକ୍ଷ ଏ ଅଞ୍ଚଳ ବାସୀଙ୍କ ଧନ ଜୀବନକୁ ନେଇ ଖେଳ ଖେଳୁ ନାହାନ୍ତି କି ? ଆଜି ବିଧବା ପ୍ରଶାନ୍ତି ନାଏକଙ୍କ ଡାକ୍ତରୀ ଖର୍ଚ ବହନ କରିବ କିଏ ? ଅକର୍ମଣ୍ୟ ବିଧବା ପ୍ରଶାନ୍ତିର ସଂସାର ଚଳିବ କିପରି ? ଏ ସମସ୍ତ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଦୃଢ ଜନ ଆନ୍ଦୋଳନ ହେବ ବୋଲି ରାସ୍ତାରୋକ କରିଥିବା ମହିଳା ମାନେ ପ୍ରକାଶ କରିଛନ୍ତି ।