ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ନୂଆଗାଁ ମହୋତ୍ସବ ପଡିଆରେ ବିଶ୍ୱ ମହିଳା ଦିବସ ରେ ବିଜୁ ଜନତା ଦଳ ତରଫରୁ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି l ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱ ରେ ଏହି ବିଶାଳ ମହିଳା ସମାବେଶ ଆୟୋଜିତ ହୋଇଛି l ନୂଆଗାଁ ବିରୁପାକ୍ଷେଶ୍ୱର ମନ୍ଦିର ବହୁ ମହିଳା ରାଲିରେ ଚାଲି ଚାଲି ମହୋତ୍ସବ ପଡିଆକୁ ଆସି ସେଠି ସଭା କାର୍ଯ୍ୟ ଆୟୋଜନ କରିଥିଲେ l ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ତୋନୋଟି ଯାକ ବ୍ଲକ ନୂଆଗାଁ, ଦଶପଲ୍ଲା, ଗଣିଆ ବ୍ଲକ ରୁ ମହିଳା ମାନେ ଏକତ୍ରିତ ହୋଇ ସମାବେଶକୁ ସଫଳ କରିଥିଲେ l ମଞ୍ଚରେ ପ୍ରଥମେ ପ୍ରଭୁ ଜଗନ୍ନାଥ ଙ୍କୁ ସ୍ଥାପନ କରାଯାଇ ପ୍ରଦୀପ ପ୍ରଜ୍ୱଳନ କରି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ଅନ୍ୟାନ ଅତିଥି ମାନେ ସଭାକାର୍ଯ୍ୟ ଆରମ୍ଭ କରିଥିଲେ l

ସଭାକାର୍ଯ୍ୟ ପରିଚାଳନା କରିଥିଲେ ନୂଆଗାଁ ବ୍ଲକ ଉପାଧ୍ୟାକ୍ଷା ପୁଷ୍ପାଞ୍ଜଳି ସାହୁ , ମୁଖ୍ୟ ଅତିଥି ରୂପେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ସମୟରେ ସମ୍ମାନୀତ ଅତିଥି ରୂପେ ନୂଆଗାଁ ବ୍ଲକ ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଦଶପଲ୍ଲା ଅଧକ୍ଷା ସୁନନ୍ଦା ସାହୁ , ଗଣିଆ ଅଧକ୍ଷ୍ୟ ଶେଷଦେବ ସ୍ୱାଇଁ, ନୟାଗଡ଼ ଜିଲା ସାଂସଦ ପ୍ରତିନିଧି ସଦାଶିବ ମିଶ୍ର, ପୂର୍ବତନ ଦଶପଲ୍ଲା ଅଧକ୍ଷା ରଶ୍ମିତା ସାହୁ , ପୂର୍ବତନ ଦଶପଲ୍ଲା ଏନଏସି ଅଧ୍ୟକ୍ଷା ବବିତା ସାହୁ ଉପସ୍ଥିତ ଥିଲେ l ମହିଳା ଦିବସ ଉପଲକ୍ଷେ କିଛି ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ପୁରସ୍କୃତ କରାଯାଇଥିଲା , ସେହିପରି ନୂଆଗାଁ ବ୍ଲକରେ ସାମ୍ବାଦିକ ତା କରୁଥିବା ପ୍ରଥମ ମହିଳା ସାମ୍ବାଦିକ ପୁଷ୍ପଲତା ପ୍ରଧାନ ଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା l ଶେଷରେ ମହିଳା ଦିବସରେ ମହିଳା ମାନଙ୍କ ଉଦେଶ୍ୟରେ ୯ ବର୍ଷର ନବୀନ ସାସମଲ ସୁନ୍ଦର ବକୃତା ଦେଇଥିଲେ l କାର୍ଯ୍ୟକ୍ରମ ଅବସରରେ ମହିଳା ମାନେ ମିଶି ଏକ ସଚେତନ ଧର୍ମୀ ଛୋଟ ନାଟକ ପ୍ରସ୍ତୁତ କରିଥିଲେ ll

