ଲୁଟେରାଙ୍କୁ କାବୁ କଲା ରଣପୁର ପୁଲିସ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ବିଶେଷ କରି ଜାତୀୟ ରାଜପଥ ଉପରେ ବଢୁଛି ଲୁଟେରା ମାନଙ୍କ ପ୍ରାଦୁର୍ଭାବ । ଘଟଣା ରୁ ପ୍ରକାଶ ରଣପୁର ଥାନା ଅନ୍ତର୍ଗତ ଗୋପାଳପୁର ବଘେଇ ଛକ ନିକଟରେ ଏକ ବାଲି ବୋଝେଇ ହାଇୱା ଗାଡି ଡ୍ରାଇଭରକୁ ମାଡ ମାରି ତିନି ହଜାର ତିନିଶହ ଟଙ୍କା ସହିତ ଏକ ମୋବାଇଲ ଫୋନ ଡକାୟତି ହୋଇଥିବା ରଣପୁର ଥାନାରେ ଅଭିଯୋଗ ହୋଇଥିଲା ।

ଏ ସମ୍ପର୍କରେ ଗାଡି ମାଲିକ ରଣପୁର ଥାନାରେ ଅଭିଯୋଗ କରିବା ପରେ, ରଣପୁର ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ତୁରନ୍ତ ଗୋପାଳପୁର ନିକଟସ୍ଥ ମହତପଲ୍ଲା ପଞ୍ଚାୟତ ମାନପୁର ଠାରେ ଚଢ଼ାଉ କରି ଡକାୟତି ରେ ବ୍ୟବହୃତ ଇଣ୍ଡିଗୋ ସିଏସ OR 22 C 6555 ନମ୍ବର କାର କୁ ଜବତ କରି ଲୁଟେରା ମାନଙ୍କ ଠାରୁ ନଗଦ ଟଙ୍କା ଓ ମୋବାଇଲ ଫୋନ ଉଦ୍ଧାର କରାଯାଇଥିଲା . ଲୁଟ ଘଟଣାରେ ସମ୍ପୃକ୍ତ ତିନି ଜଣ ପ୍ରମୋଦ ମହାପାତ୍ର , ସନ୍ତୋଷ ସାହୁ ଓ ମୁନା ମାଝୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବାର ସୂଚନା ଦେଇଛି ରଣପୁର ପୁଲିସ ।

Leave a Reply

Your email address will not be published. Required fields are marked *