ଫେସବୁକରେ ପ୍ରେମ ନିବେଦନ କରି ଫସିଲେ ରଙ୍ଗିଲା ପ୍ରେମିକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ବିବାହିତ ହୋଇ ମଧ୍ୟ ଫେସବୁକରେ ପ୍ରେମ ନିବେଦନ କରି ଫସିଲେ ରଙ୍ଗିଲା ପ୍ରେମିକ ! ଜଣେ ଯୁବକ ଦୁଇଟି ବିବାହ କରି ଗୋଟିଏ କନ୍ୟା ସନ୍ତାନର ପିତା, ହେବା ପରେ ଫେସବୁକରେ ଜଣେ ପ୍ରିଣ୍ଟ ମିଡ଼ିଆ ସାମ୍ବାଦିକା ଙ୍କୁ ପ୍ରେମ କରିବା ମହଙ୍ଗା ପଡିଛି । ଉକ୍ତ ରଙ୍ଗିଲା ପ୍ରେମିକଙ୍କ ସମସ୍ତ କଳା କାରନାମା ର ଚିଠା ଜାଣିବା ପରେ ପ୍ରିଣ୍ଟ ମିଡ଼ିଆ ସାମ୍ବାଦିକା ଜଣକ ଥାନରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତେବେ ଯୁବକ ଜଣକ ଆଗରୁ ଦୁଇଟି ବିବାହ କରିଛନ୍ତି । ତାଙ୍କ ନାମରେ କେନ୍ଦ୍ରାପଡ଼ା ମେରାଇନ ଥାନାରେ ପ୍ରଥମ ସ୍ତ୍ରୀ ର ହତ୍ୟା ଅଭିଯୋଗର କେଶ ବିଚାରଧୀନ ରହିଅଛି । ପରେ ସେହି ରଙ୍ଗିଲା ପ୍ରେମିକ ଦ୍ୱିତୀୟ ବିବାହ ମଧ୍ୟ କରିଛନ୍ତି । ତାଙ୍କର ଏକ ସାତ ବର୍ଷ ର କନ୍ୟା ସନ୍ତାନ ଅଛି । ଏକାଧିକ ଯୁବତୀ ଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ରହିଛି । ତେବେ ଉକ୍ତ ଯୁବକ ଜଣକ ଭୁବନେଶ୍ୱର ୮ ନମ୍ବର HDFC ବ୍ୟାଙ୍କ ରେ ଲୋନ ବିଭାଗ ରେ କାର୍ଯ୍ୟ କରୁଅଛନ୍ତି । ଏବଂ ନିଜର ଭୁଲ ଠିକଣା ପ୍ରଦାନ କରିବା ସହିତ ନିଜର ନକଲି ଆଧାର କାର୍ଡ ସାମ୍ବାଦିକା ଙ୍କୁ ଦେଖାଇଥିଲେ । ରଙ୍ଗିଲା ପ୍ରେମିକ ଙ୍କ ନାମ ଭାସ୍କର ଦେଵାନାଥ , ପିତା ଲଷ୍ମଣ ଦେଵନାଥ ଏବଂ ସେ ଭୁବନେଶ୍ୱର ବରଗଡ଼ ବ୍ରିଟ କଲୋନୀ ଅଂଚଳରେ ଭଡାରେ ରୁହନ୍ତି ବୋଲି ଜାଣିବା ପରେ ମହିଳା ଥାନା ପୋଲିସ ତାଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲଣ କରିଛି !

Leave a Reply

Your email address will not be published. Required fields are marked *