ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଅଲ ଇଣ୍ଡିଆ କିଷାନ ସଂଘର୍ଷ କୋଡ଼ିନେସନ କମିଟି ପକ୍ଷରୁ ପାରଳାରେ ବନ୍ଦ ପାଳନ !!

0
219

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନୂତନ ବସ ଷ୍ଟାଣ୍ଡ ଠାରୁ ସିପିଆଇଏମ ନେତା ଦଣ୍ଡପାଣି ରଇତଙ୍କ ନେତୃତ୍ୱରେ ଭାରତ ବନ୍ଦ ଡାକରା କୁ ସମର୍ଥନ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ଅଲ ଇଣ୍ଡିଆ କିଷାନ ସଂଘର୍ଷ କୋଡ଼ିନେସନ କମିଟି ତରଫରୁ ପ୍ରଦର୍ଶନ କରାଯାଇଥିଲା । ସେହିପରି ପାରଳା ସହରରେ ମଧ୍ୟ ବନ୍ଦ ଡାକରାକୁ ମିଳିଥିଲା ସମର୍ଥନ । କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ 3 ଟି କଳା ଆଇନର ପ୍ରତ୍ୟାହାର, ସମସ୍ତ ଫସଲ ର ସର୍ବନିମ୍ନ ସହାୟକ ଦରକୁ ଆଇନଗତ ମାନ୍ୟତା, ଟୋକନ୍ ପାଇଥିବା ସମସ୍ତ ଚାଷୀର ଧାନକୁ ଏମ୍.ଏମ୍.ପି ରେ ତୁରନ୍ତ କ୍ରୟ କରିବା, ରନ୍ଧନ ଗ୍ୟାସ, ତୈଳ ଦର ବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିର ନିୟନ୍ତ୍ରଣ, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା, ଭାଗଚାଷୀ ଓ କୃଷି ଶ୍ରମିକଙ୍କ ସାମାଜିକ ସୁରକ୍ଷା, ଭୂମି ହୀନର ଅଧିକାର, ରାଷ୍ଟ୍ରାୟତ ସଂସ୍ଥାର ଘରୋଇକରଣ ର ପ୍ରତିବାଦ, ଜଙ୍ଗଲ ଅଧିକାର ଆଇନ 2006 ଅନୁଯାୟୀ ଆଦିବାସୀ ଓ ବନବାସୀଙ୍କ ଅଧିକାର, ସମସ୍ତ ବନଜାତ ଦ୍ରବ୍ୟ ଓ ଲଘୁଜାତ ଫସଲ ର ଏମ୍.ଏମ୍.ପି ଲାଗୁ ଇତ୍ୟାଦି ଦାବୀରେ ବନ୍ଦ ଡାକରା ଦିଆଯାଇଥିଲା । ସମସ୍ତଙ୍କୁ ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଆଦି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପହଞ୍ଚିଥିଲେ ଆନ୍ଦୋଳନକାରୀ । ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ପୋଷ୍ଟ ଅଫିସ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଏହି ଆନ୍ଦୋଳନରେ ଦଣ୍ଡପାଣି ରଇତ, ଏ.ଆଇ.କେ.ଏମ୍.ଏସ ର କେଦାର ଶବର, C.I.T.U ର ଡି.ଭେଙ୍କେଟେ ରାଓ, ଏମ୍.ବାଙ୍ଗାରି, ମୋହିତ ମିଶାଲ, ସିପିଆଇଏମ ଲିବରେସନ ଶ୍ରୀନୁ ବେହେରା ପ୍ରମୁଖ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହି ଆନ୍ଦୋଳନରେ କଂଗ୍ରେସ ନଗର ସଭାପତି ବସନ୍ତ ପଣ୍ଡା, ସଂଗ୍ରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here