ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ହୋଲି ଅବସରରେ ସମସ୍ତେ ମସଗୁଲ ଥିବା ସମୟରେ ଏକ ଦୁଃଖଦ ଘଟଣା ଶୋକର ଛାୟା ଖେଳାଇ ଦେଇଥିଲା ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମ ପଂଚାୟତର ସାରିଆପଡା ଗ୍ରାମରେ । ଗ୍ରାମର ଶ୍ରୀଧର ସାହୁ (୫୬) ପଞ୍ଜାବ ରେଜିମେଣ୍ଟର ଅମୃତସର ଠାରେ ଭାରତୀୟ ସେନାରେ କାର୍ଯ୍ୟରତ ଥିବା ସମୟରେ ହୃଦଘାତ ଜନିତ ମୃତ୍ୟୁ ଘଟିଛି । ଶ୍ରୀ ସାହୁ 1985 ରୁ 1995 ପର୍ଯ୍ୟନ୍ତ ଭୁବନେଶ୍ୱର ର 120 ବାଟାଲିୟନ ଠାରେ କାର୍ଯ୍ୟ କରିବା ପରେ 1996 ରେ defence security code ରେ କାର୍ଯ୍ୟ କରି ଆସୁଥିଲେ ।

ତାଙ୍କର ଚାକିରୀ କାଳ ଆଉ ଦେଢ଼ ବର୍ଷ ଥିବା ସମୟରେ ତାଙ୍କର ହଠାତ ମୃତ୍ୟୁ ଘଟିଛି । ପରିବାରରେ ତାଙ୍କର ସ୍ତ୍ରୀ, ତିନି ପୁଅ,ମା, ଚାରି ଭାଇ ଅଛନ୍ତି । ଶ୍ରୀ ସାହୁ ଜଣେ ଦୃଢ଼ମନା ମେଳାପି , ସାହାଯ୍ୟକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ବର୍ଗ ଙ୍କ ସମେତ ସମଗ୍ର ବଳରାମପୁର ପଂଚାୟତ ରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମର ଶରୀର ଭୁବନେଶ୍ୱର ଠାରେ ପହଁଚିଲା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ତାଙ୍କ ଗ୍ରାମକୁ ଶେଷକୃତ୍ୟ ପାଇଁ ଅଣାଯାଇଥିଲା । ପରିବାର ଏବଂ ବନ୍ଧୁ ପରିଜନଙ୍କର ଉପସ୍ଥିତିରେ ନିଜ ଗ୍ରାମ ରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା .

