ରୋଗ ମୁକ୍ତ ଜୀବନ ପାଇଁ ଫିଟନେସ ଗ୍ୟାରେଜ ଉଦଘାଟନ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ନିୟମିତ ବ୍ୟାୟାମ ଦ୍ଵାରା ଆମେ ରହି ପାରିଵା ଆଜୀବନ ସୁସ୍ଥ ଓ ନିରୋଗ l ଏହାକୁ ନଜରରେ ରଖି ପବିତ୍ର ଦଶହରା ଅବସରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଓଲଢ଼ି ଛକ ନିକଟରେ ଫିଟନେସ ଗ୍ୟାରେଜ ଜିମ ସେଣ୍ଟରର ଉଦଘାଟନ ହୋଇଯାଇଛି l ଏହି ଫିଟନେସ ଗ୍ୟାରେଜ ରେ ସୁସ୍ଥ ସୁନ୍ଦର ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ସମସ୍ତ ପ୍ରକାର ଅତ୍ୟାଧୁନିକ ମେସିନ ସହ ଦକ୍ଷ ପ୍ରଶିକ୍ଷକ ମାନଙ୍କୁ ନିଯୁକ୍ତ କରାଯାଇଛି l ବର୍ତମାନ ସମୟରେ କାର୍ଯ୍ୟ ବ୍ୟସ୍ତତା ହେତୁ ନିଜ ଶରୀରର ଯତ୍ନ ନେବା ସମ୍ଭବ ହେଉ ନଥିବା ବେଳେ ଉପଯୁକ୍ତ ପ୍ରଶିକ୍ଷକଙ୍କ ଅଭାବ ଯୋଗୁଁ ଆମେ ଶାରୀରିକ ବ୍ୟାୟାମ ପ୍ରତି ଦୃଷ୍ଟି ଦେଇ ନଥାଉ l ଏ ପରିପ୍ରେକ୍ଷୀରେ ଫିଟନେସ ଗ୍ୟାରେଜର ଓନର ଅଭିନାଶ ନାୟକ ସମସ୍ତଙ୍କ ଉତ୍ତମ, ସୁନ୍ଦର, ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟର ସ୍ଥାୟୀତ୍ୱ କଥା ଚିନ୍ତା କରି ଅତ୍ୟାଧୁନିକ ଯନ୍ତ୍ରପାତି ଓ ଦକ୍ଷ ପ୍ରଶିକ୍ଷକଙ୍କ ଜରିଆରେ ଓଲଢ଼ି ଛକ ନିକଟରେ ଆରମ୍ଭ କରିଛନ୍ତି ଫିଟନେସ ଗ୍ୟାରେଜ ଜିମ ସେଣ୍ଟର l ଏହି ଜିମ ସେଣ୍ଟରର ଶୁଭ ଉଦଘାଟନ ସେ ନିଜ ବାପା ମା ଙ୍କ ହାତରେ ଫିତା କାଟି ଆଶୀର୍ବାଦ ନେଇ କରିଥିଲେ l

Leave a Reply

Your email address will not be published. Required fields are marked *