ବାଲି ମାଫିଆଙ୍କ ଆକ୍ରମଣରେ ହୋମଗାର୍ଡ ଗୁରୁତର ଆହତ !!!

Spread the love

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ବାଲି ମାଫିଆଙ୍କ ଆକ୍ରମଣରେ ହୋମଗାର୍ଡ ଗୁରୁତର ଆହତ ! ଦିନକୁ ଦିନ ବାଲି ଚୋରଙ୍କ ଦୌରାତ୍ମ୍ୟା ବଢ଼ିବାରେ ଲାଗିଛି । ସେମାନଙ୍କ କବଳରୁ ତ୍ରାହି ପାଉନି ପୋଲିସ। କେତେବେଳେ ଆକ୍ରମଣ କରୁଛନ୍ତି ତୋ ପୁଣି କେତେବେଳେ ଗାଡ଼ି ଚପାଇ ଜୀବନରୁ ମାରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ତେବେ ସେହିଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ସାମ୍ନାକୁ ଆସିଛି। ରାଜନୈତିକ ଦଳର ନେତାଙ୍କ ଛତ୍ରଛାୟାରେ ରହି ମାଫିଆ ଗୋଷ୍ଠୀ ନିଜ ନିଜର କଳା ସାମ୍ରାଜ୍ୟ ଚଳାଉ ଥିବା ଆଲୋଚନା ହେଉଛି। ତେବେ ବେଆଇଆନ ମାଟି, ମୋରମ, ବାଲି ଚାଲାଣ ହେଉଥିଲେ ମଧ୍ୟ ଏହାକୁ ରୋକ ଲଗାଇବାରେ ଖଣି ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିବା ବେଳେ ବେଆଇନ ଲଘୁଖଣିଜ ଦ୍ରବ୍ୟ ଚାଲାଣ ଉପରେ ରୋକ ଲଗାଇବାକୁ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାର ଦେଖିବାକୁ ମିଳିଛି l ଗୋଟିଏ ଟ୍ରାକ୍ଟର ଚଳନ୍ତା ଅବସ୍ଥାରେ ଡାଲା ଟେକି ରାସ୍ତାରେ ବାଲି ଢ଼ାଳି ପକାଇ ଡ୍ରାଇଭର ଟ୍ରାକ୍ଟରକୁ ଓଲଟାଇ ଦେଇ ଉପସ୍ଥିତ ହୋମଗାର୍ଡ ପ୍ରଶାନ୍ତ ପାତ୍ରଙ୍କୁ ମାରି ଦେବାର ଧମକ ଦେଇଥିଲେ ଫଳରେ ହୋମଗାର୍ଡ ପ୍ରଶାନ୍ତ ଗୁରୁତର ଆହତ ହୋଇଛନ୍ତି l ଚୋରା ମାଫିଆଙ୍କ ଏମିତି ଦୌରାତ୍ମ୍ୟକୁ ରୋକ ଲଗାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳରେ ଦାବି ହେଉଛି l

Leave a Reply

Your email address will not be published. Required fields are marked *